Skip to content
Scan a barcode
Scan
Paperback Mudra [Oriya] Book

ISBN: 164560683X

ISBN13: 9781645606833

Mudra [Oriya]

ବୁଭୁକ୍ଷୁ ଜନତାମାନଙ୍କପାଇଁ ଅଛି ତାଙ୍କର ଗଭୀର ସମବେଦନା। ନିଷ୍ପେସିତ ମଣିଷଙ୍କପାଇଁ ଭରି ରହିଛି ହୃଦୟରେ ଦରଦ। ସେଦିନ 'ଆଗାମୀ' ନାମକ କବିତାରେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଯେଉଁ ସବୁ କଥା କହିଯାଇଥିଲେ ତାହାକୁ ସେ ଉଚିତ ବୋଲି ହୁଏତ ମନେ କରି ବସିଛନ୍ତି। ଅର୍ଥାତ୍ କବିତା ଏକ ବିରାଟ ସମାଜର କଥା କହେ, ଯେଉଁଥିରେ ସମସ୍ତଙ୍କ ପାଇଁ ବଖୁରେ ହେଲେ ବି ଘର ରହିଥାଏ। ସମସ୍ତଙ୍କ ପାଇଁ ମୁଠାଏ ଦୁଧଭାତ, ଦୁଇଟି ଲୁଗାଜାମା, ନିର୍ବିଘ୍ନ ଅଧ୍ୟୟନ, ସରକାରଙ୍କ ତରଫରୁ ସମସ୍ତଙ୍କ ପାଇଁ କାମ ଓ ସ୍ୱାଧୀନ ବକ୍ତବ୍ୟର ଅଧିକାର ସବୁ ମଣିଷଙ୍କର ପ୍ରାପ୍ୟ। ବାଞ୍ଛାନିଧିଙ୍କର କାବ୍ୟାତ୍ମା ସେହି ନିଷ୍ପେସିତ ସମାଜର ଜୟଗାନ କରିବାରେ ବ୍ୟସ୍ତ ରହିଛି। ଅଧିକାଂଶ କବିତାରେ ସେଇ ଭାବ ଉତ୍]କୀର୍ଣ୍ଣ ହୋଇଛି ଅନ୍ତର୍ଛନ୍ଦରେ ସୁସଜ୍ଜିତ ହୋଇ। ଯୌବନର ଆଦିକାଳରେ ପ୍ରଗତିବାଦୀ ଚିନ୍ତାଧାରାର ନାୟକମାନଙ୍କଠାରୁ ସେ ଯେଉଁ ବହ୍ନି ସଂଗ୍ରହ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ପ୍ରଜ୍ଜ୍ୱଳିତ ରହିଛି ବୋଲି ସେ ତାଙ୍କର କବିତାରେ ଉଦ୍]ଘୋଷଣା ମଧ୍ୟ କରିଛନ୍ତି।

ବାଞ୍ଛାନିଧିଙ୍କ ବ୍ୟକ୍ତିସତ୍ତାକୁ ଅନୁଭବ କରିବାକୁ ହେଲେ 'ମୁଦ୍ରା' କବିତା ଗ୍ରନ୍ଥର କେତେକ କବିତାକୁ ଅଧ୍ୟୟନ କରିବାକୁ ପଡ଼ିବ, ଯେଉଁଥିରେ ସେ ଲେଲିନ, ହିମାଂଶୁ ନନ୍ଦୀ, ଶିବାଜୀ ପଟ୍ଟନାୟକ, ସଂଗ୍ରାମୀ ଲକ୍ଷ୍ମଣ ପଟ୍ଟନାୟକ ଇତ୍ୟାଦିଙ୍କୁ ସ୍ମୃତିଅର୍ଘ୍ୟ ପ୍ରଦାନ କରିଛନ୍ତି। ଲେଲିନĜ

Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured