Skip to content
Scan a barcode
Scan
Paperback Mo Jibana: Mo Samaya [Oriya] Book

ISBN: 1645605221

ISBN13: 9781645605225

Mo Jibana: Mo Samaya [Oriya]

ପାଠକମାନଙ୍କ ଉଦ୍ଦେଶ୍ୟରେ ଏତିକି କହିବାକୁ ଚାହୁଁଛି ଯେ, ଏ ପୁସ୍ତକ ନବୀନବାବୁଙ୍କ ସହିତ ମୋର ଆବେଗିକ ସଂପର୍କ ତଥା ପ୍ରତ୍ୟକ୍ଷ ରାଜନୀତିରେ ମୋର ସ୍ଥିତିକୁ ନେଇ କେବଳ ନୁହେଁ, ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ତତ୍କାଳୀନ ବହୁ ପରିବେଶ, ବହୁ ଘଟଣା ତଥା ମୋ ଜୀବନ ସଂଘର୍ଷର ସେହି ଦୀର୍ଘ ବର୍ଷଗୁଡ଼ିକର ସ୍ମୃତିଚାରଣ ମଧ୍ୟ । ସାମ୍ବାଦିକତାର ବୃତ୍ତିଗତ ଆତ୍ମସନ୍ତୋଷ ଭିତରେ ମୋ ବାପାଙ୍କ ସୂକ୍ଷ୍ମ ରାଜନୀତିକ ପ୍ରଭାବ ହେତୁ ଅନିର୍ଦ୍ଦିଷ୍ଟ ମୋ ଜୀବନ, ବୃତ୍ତିଗତ ମୋ କର୍ମ ଏବଂ ବିଧିନିର୍ଦ୍ଦିଷ୍ଟ ମୋ ନିୟତିକୁ ଏକପ୍ରକାର ସ୍ୱପ୍ରବାହରେ ପ୍ରବାହିତ କରିନେଇଥିବା ପରି ମୋର ମନେହୁଏ ।

ପ୍ରତି ମଣିଷର ଜୀବନ ଦୁଇଟି ସ୍ଥିତିରେ ବନ୍ଧା ପଡ଼ିଥାଏ, ଗୋଟିଏ ଅତୀତ ଆଉ ଗୋଟିଏ ତା'ର ବର୍ତ୍ତମାନ । ଅତୀତ ମାନେ ହିଁ ତ ସ୍ମୃତି । ଅତୀତ ଯାହାକୁ ଦିନେ ମଣିଷ ମୁହୂର୍ତ୍ତ ଆଉ କ୍ଷଣମାନଙ୍କ ମଧ୍ୟରେ ଭୋଗିଥାଏ, ଅଙ୍ଗେ ନିଭେଇଥାଏ ଏବଂ ବର୍ତ୍ତମାନରେ ପହଞ୍ଚିଥାଏ । ବର୍ତ୍ତମାନର ମୁହୂର୍ତ୍ତସବୁ ପୁଣି ପ୍ରସ୍ତୁତ ହେଉଥାନ୍ତି ଅତୀତ ହେବାକୁ । କାଳଖଣ୍ଡର ଏଇ ପ୍ରହେଳିକା ଭିତରେ ସଭ୍ୟତାର ଗତି ଓ ପରିଣତି ଖୁବ୍ ବିସ୍ମୟକର ସତରେ ସ୍ମୃତିମଖା ଅତୀତରୁ ତେଣୁ ମଣିଷଟିଏ କେବେହେଲେ ମୁକ୍ତ ହୋଇପାରେ ନାହିଁ ।

ମୋ ଜୀବନକଥା ହୁଏତ ଏ ଜାତି ଓ ସମାଜ ପାଇଁ ଉଲ୍ଲେଖନୀୟ ପ୍ରତୀତ ହୋଇ ନ ଥାଆନ୍ତା, କିନ୍ତୁ ମୋ ଜୀବନର ଆଧାରବୃତ୍ତ ସାଜିଥିବା କିଛି ବିଶେଷ ସମୟର &

Recommended

Format: Paperback

Condition: New

$18.29
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured