Skip to content
Scan a barcode
Scan
Paperback Maa Se Amrutamayee [Oriya] Book

ISBN: 1645604748

ISBN13: 9781645604747

Maa Se Amrutamayee [Oriya]

'ମା' ଜନ୍ମଦାତ୍ରୀ । ମା'ର ଗରିମା ବର୍ଣ୍ଣିବା ପାଇଁ ଯେତେ ଯେତେ ପୁସ୍ତକ ରଚନା ହେଲେ ବି ତାହା ଅକୁଳାଣ ହେବ । କେତେ କେତେ କବି, ଲେଖକ, ସାହିତ୍ୟିକ ଅଜସ୍ର ଗଦ୍ୟ, ପଦ୍ୟ, କାବ୍ୟ ରଚନା କରି ଚାଲିଛନ୍ତି ମା'ର ମହିମା କୀର୍ତ୍ତନ କରି, ତା'ର ଋଣ ସୁଝେଇବା ପାଇଁ, କିନ୍ତୁ ତା କି ସମ୍ଭବ?

ମା' ଅମୃତମୟୀ । ଅମୃତର କଳସଟିଏ ତା ହୃଦୟରେ ଭରି ଦେଇଛନ୍ତି ଈଶ୍ୱର । ସେ ଅମୃତ ତା'ର ବିମଳ, ପବିତ୍ର ଅନିର୍ବଚନୀୟ ମମତା ।

ମା' ଦିବ୍ୟ-ଭବ୍ୟ-ଶୋଭନୀୟ-କମନୀୟ ଏକ ସୃଷ୍ଟି । ସେବା ଭାବରେ ମହନୀୟା, କ୍ଷମା ଗୁଣରେ ସର୍ବଂସହା । କିଏ କଳିପାରିବ ତା'ର ତ୍ୟାଗ-ତିତିକ୍ଷାର ମୂଲ୍ୟ?

ମୋର ଏହି କବିତା ଗ୍ରନ୍ଥ "ମା' ସେ ଅମୃତମୟୀ"ରେ ମୁଁ ସେ ଧୃଷ୍ଟତା କରି ନାହିଁ, ମା'କୁ କଳିିବାର କି ମା'ର ଋଣ ସୁଝିବାର । ବର୍ଣ୍ଣନା କରିଛି ମୋ ମା'କୁ ମୁଁ ଯେମିତି ଅନୁଭବ କରିଥିଲି ପିଲାଦିନେ, ଯେମିତି ଦେଖିଥିଲି ବଡ ହୋଇ ବୁଝିଲା ପରି ହେବା ପରେ ଓ ମା'କୁ ହରାଇବା ପରେ । ଏ କେଇଟି କବିତା ମୋ ମା' ପଦ୍ମପାଦରେ ମୋର ଶ୍ରଦ୍ଧାଞ୍ଜଳି ମାତ୍ର ।

-ସୁମିତ୍ରା ମିଶ୍ର

Recommended

Format: Paperback

Condition: New

$17.38
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured