Skip to content
Scan a barcode
Scan
Paperback Jharka Kholathau [Oriya] Book

ISBN: 1645606260

ISBN13: 9781645606260

Jharka Kholathau [Oriya]

ସତ୍ୟ ପଟ୍ଟନାୟକ ଓଡ଼ିଆ ସାରସ୍ୱତ ଜଗତରେ ଯଶୋମୟ ଏକ ବିମୁଗ୍ଧ ଉଚ୍ଚାରଣ । ଚିନ୍ମୟ ଚେତନାରେ ତଲ୍ଳୀନ ତାଙ୍କ କବିତା କେବେ ତନ୍ମୟ ତ କେବେ ମନ୍ମୟ, କେବେ ମୃଣ୍ମୟ ତ କେବେ ହିରଣ୍ମୟ, କେବେ ପୁଣି ଅମ୍ମୟ ତ ଆଉକେବେ ଅଶ୍ମମୟ, କେବେ ଦର୍ଭମୟ, କେବେ ଉର୍ଣାମୟ, କେବେ ଛାୟାମୟ, କେବେ ମାୟାମୟ, କେବେ ରୂପମୟ, କେବେ ରସମୟ, କେବେ ମନୋମୟ ତ ଆଉକେବେ ଭାବମୟ। ଝର୍କା ଖୋଲାଥାଉ କବିତା ସଂକଳନସ୍ଥ ପ୍ରତ୍ୟେକ କବିତା ସ୍ଵତନ୍ତ୍ର ଦୃଷ୍ଟି ଓ ଦର୍ଶନ ସମ୍ବଳିତ ଭାବାବେଗ, ଭାବସମ୍ବେଗ ଓ ଭାବୋଚ୍ଛ୍ୱାସର ଏକ ଏକ ଭାସ୍ୱର ପରିପ୍ରକାଶ ମାତ୍ର। ଝର୍କା ବା ବାତାୟନ, ଗବାକ୍ଷ ବା ଜାଳାକ୍ଷ ଚିରକାଳ ଏକ ଚେତନାଗତ ଆପ୍ତି ଓ ବ୍ୟାପ୍ତିର ପ୍ରତୀକ ବା ପ୍ରତିନିଧି। କେହି କେହି ଏହି ସଦନାଂଶକୁ ଜାନାଲା, ପଞ୍ଜର, ବାଉଳି ବା ଜଳାକବାଟୀ ବା ଖିଡ଼ିକୀ ବୋଲାଇଥାନ୍ତି; ମାତ୍ର ଚେତନଗତ ସ୍ତରରେ ଏହା ସର୍ବଦା ପ୍ରସୃତି ଓ ବିସ୍ତୃତିକୁ ହିଁ ଇଙ୍ଗିତ କରିଥାଏ। ସେହି ସୂତ୍ରରେ କବି ଶ୍ରୀ ପଟ୍ଟନାୟକଙ୍କ 'ଝର୍କା ଖୋଲାଥାଉ' ଅଭ୍ୟନ୍ତରରୁ ଦିଗନ୍ତ-ପରିବ୍ୟାପ୍ତ ଚେତନାଗର୍ଭିତ ଏକ ଅନନ୍ୟ-ଅନବଦ୍ୟ ସାରସ୍ଵତ ସର୍ଜନାବିଶେଷ ଅଟେ।

- ଡ. ସନ୍ତୋଷ କୁମାର ନାୟକ, ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ, ଓ.ଶି.ସେ.-୧, ଅଧିସ୍ନାତକ ଓଡ଼ିଆ ବିଭାଗ, ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ଵର, ଓଡ଼ିଶା

Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured