Skip to content
Scan a barcode
Scan
Paperback Janha Raijara Lori (Oriya Edition) [Oriya] Book

ISBN: 1645609006

ISBN13: 9781645609001

Janha Raijara Lori (Oriya Edition) [Oriya]

ସୃଷ୍ଟି ତ ରହସ୍ୟର ଗନ୍ତାଘର।

କିଏସେ କେଉଁ ରଜ୍ଜୁରେ ଧରିଛି ଏ ପୃଥ୍ୱୀକୁ? ପୃଥିବୀ ଦୋଳିରେ ବସି ଝୁଲୁଥିବା ଏଇ ସୃଷ୍ଟିର ଭିନ୍ନତା ଅସରନ୍ତି ବୁଢ଼ୀ ଅସୁରୁଣୀ ଗପର କିମିଆଁ।

କେଉଁ ଆଦିମ ଗର୍ଭରୁ ଏ ସର୍ଜନା। କେତେକାଳ ଯାଏଁ ଏହାର ବ୍ୟାପ୍ତି ତାହା ଅନାବନା ଖିଅର ସୁର। ବିଶାଳ ସୃଷ୍ଟିର ଗନ୍ତାଘରକୁ ଧରି ରଖିବାର ଅମୃତ ପ୍ରୟାସରୁ କବିତାର ଜନ୍ମ। ଏଠି ଶୂନ୍ୟ କୋଳରେ ଝୁଲଣାରେ ଖେଳୁଥାଏ ମେଘର ଚକା ଭଉଁରୀ। ବଜ୍ର ଗମ୍ଭୀର ଆକାଶରେ 'ଓଁକାର'ନାଦର ଗମ୍ଭୀରତା ସୃଷ୍ଟିର ଅମୃତ ଉଚ୍ଚାରଣ।

ମହାଶୂନ୍ୟରେ ଝୁଲୁଥାଏ ଜୀବନ। ସ୍ନେହ, ପ୍ରେମ, କରୁଣା, ରାଗ, ଦ୍ୱେଷ, ଅହଂକାର ଓ ଯନ୍ତ୍ରଣାର ମିଶ୍ରିତ ସ୍ୱରଲିପି ହେଉଛି ଏ ଜୀବନ।

ଏଠିତ ଜୀବନ ଯନ୍ତ୍ରଣାର ଆବର୍ତ୍ତରେ ବୃତ୍ତାୟିତ। ମଣିଷଟି ତା'ର ନିଗଡ଼ରେ ଉବୁଟୁବୁ ହେବା ହିଁ ତା'ର ଅବଧାରିତ ଭାଗ୍ୟ। ଏଠି ମା'ର ମମତା, ପିତାଙ୍କ ଅନୁଶାସନ, ବନ୍ଧୁ ଓ ସ୍ୱଜନମାନଙ୍କ ନିଷ୍କପଟ ସ୍ନେହ ଓ ଆଦର ମଣିଷଟିର ରାସ୍ତାରେ ବରମାଲ୍ୟ ସଦୃଶ। ସୃଷ୍ଟିର ଅମାପ ଭିନ୍ନତା ଓ ସୌନ୍ଦର୍ଯ୍ୟରେ ସେ ବିମୋହିତ।

ଶୂନ୍ୟ ସଂଚରୀ ବିଶ୍ୱର ଔଜ୍ଜଲ୍ୟକୁ ଧରି ରଖିବାର ଉଦ୍ୟମରେ କେଉଁ ଆଦିମ କାଳରୁ ଅଗଣିତ ସ୍ରଷ୍ଟା, କବି ଓ ଭାବୁକମାନେ ସ୍ୱପ୍ନରତ। ଧରଣୀର ରହସ୍ୟାଚ୍ଛନ୍ନ ଗର୍ଭରୁ ଭାବସମୁଦ୍ରର ଗଭୀର ସଂଘାତରୁ ଜନ୍ମ ନେଉଥାଏ ଜୀବନର ଅନ୍ତଃସ୍ୱର। ଭୋଗୁଥିବା କାଳଖଣ୍ଡ ହିଁ ତା'ର ଅବଧାରିତ ଭାଗ୍ୟ। ସ୍ୱପ୍ନରୁ ସମ୍ମୋହନ ଯାଏଁ,

Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured