Skip to content
Scan a barcode
Scan
Paperback Ekabana Ekathi [Oriya] Book

ISBN: 1645609138

ISBN13: 9781645609131

Ekabana Ekathi [Oriya]

ଦି' ହଜାର ସାତ ମସିହାରେ ପ୍ରକାଶ ପାଇଥିଲା ମୋର ନିର୍ବାଚିତ ଗଳ୍ପ ସଂକଳନ 'ପିଛିଲା ପଚିଶ', ଯଦିଓ ତା'ର ପ୍ରକାଶ ପାଇବା ଉଚିତ ଥିଲା ଦି' ହଜାର ମସିହାରେ, ଗପ ଲେଖାର ପଚିଶ ବର୍ଷ ପୂରୁଥିବା ସମୟରେ। ସେ ବହିଟି ବେଶି ସଂଖ୍ୟକ ପାଠକଙ୍କ ପାଖରେ ପହଞ୍ଚିଥିଲା କି ନାହିଁ ତାହା ନେଇ ମୋର ସନ୍ଦେହ। ସେଥିପାଇଁ ୨୦୨୬ରେ, ଗପ ଲେଖାର ଏକାବନ ବର୍ଷ ପୂର୍ତ୍ତି ଅବସରରେ ଯେତେବେଳେ 'ଏକାବନ ଏକାଠି'ର ପ୍ରକାଶ ପ୍ରସ୍ତାବ ଆସିଲା ବାସ୍ତବରେ ମୁଁ ଭାରି ଆନନ୍ଦିତ ହେଲି। ପୁରୁଣା ଗପଗୁଡ଼ିକୁ ଆଉଥରେ ଏକାଠି ଦେଖିବାର ଇଚ୍ଛା ମୋତେ କିଛି ସମୟ ପାଇଁ ଭାବପ୍ରବଣ କରିଦେଲା।

'ଏକାବନ ଏକାଠି'ର ପରିକଳ୍ପନା, ରୂପାୟନ ଏବଂ ପ୍ରକାଶନ ପାଇଁ ମୋର ଏକାଧିକ ବନ୍ଧୁ ଓ ପରିବାର ସଦସ୍ୟ ଧନ୍ୟବାଦାର୍ହ। ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତ ଏବଂ ଓଡ଼ିଶା ବହୁତ ବଦଳିଯାଇଛି। ମୋର ଗପ ପଛରେ ଛାଡ଼ିଆସିଥିବା ସେହି ସମୟର ଗପ, ମୁଁ ଜିଇଥିବା ଜୀବନର ଗପ ଏବଂ ମୁଁ ଭୋଗିଥିବା ସମସ୍ୟାମାନଙ୍କର ଗପ। ପାଠକମାନେ ଦେଖିବାକୁ ଚାହିଲେ, ଏ ଗପଗୁଡ଼ିକର ଧାଡ଼ି ଭିତର ଦେଇ ସେହି ଭାରତ ଓ ଓଡ଼ିଶା, ତା'ର ସହର ଓ ଗାଁ, ସର୍ବୋପରି ମୋ ପିଲାଦିନର ନଈକୁ ମଧ୍ୟ ଦେଖିପାରିବେ। ସେ ନଈର ନାଆଁ ମନ୍ତେଇ, ଯିଏ ମୋ ପାଇଁ ଖାଲି ନଈଟିଏ ନୁହେଁ, ବହିଯାଉଥିବା ଗୋଟେ ଗପବହି।

- ଗୌରହରି ଦାସ, ୯ ଅକ୍ଟୋବର ୨୦୨୬, ଭୁବନେଶ୍ୱର, ଭାରତ

Recommended

Format: Paperback

Condition: New

$27.00
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Notice | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured