ସଂସ୍କୃତ ବାଙ୍]ମୟ ଜଗତର କାଳଜୟୀ ପ୍ରତିଭା ହେଉଛନ୍ତି କବିରାଜ ଶ୍ରୀଜୟଦେବ । ଶ୍ରୀଗତଗୋବିନ୍ଦ ଗ୍ରନ୍ଥକୁ ପ୍ରଫେସର ମହାପାତ୍ର ସମ୍ପାଦନା ଓ ଆଲୋଚନା କରିଛନ୍ତି । ପ୍ରଫେସର ମହାପାତ୍ର ପ୍ରତିପାଦନ କରିଛନ୍ତି ଯେ ଶ୍ରୀଗୀତଗୋବିନ୍ଦରେ ଭକ୍ତିଭାବନା, ଶୃଙ୍ଗାରୀଚେତନା, ଭାବ ଓ ଆବେଗର ସମନ୍ୱୟ, ଗୀତିମୟତା, ନାଟକୀୟତା କାନ୍ତ କୋମଳ ପଦାବଳୀର ପ୍ରୟୋଗ ଏହାକୁ କାଳଜୟୀ କରିପାରିଛି । 'ଅନନ୍ୟ ମହାକାବ୍ୟ ଶ୍ରୀଗୀତଗୋବିନ୍ଦ' ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରାଯାଏ ।