'ଅମୃତ କଙ୍କଣ' ୧୯୨୬ ମସିହାରେ କଟକ ଟ୍ରେଡ଼ିଂ କମ୍ପାନୀ, ପୁରୀଦ୍ୱାରା ପ୍ରକାଶ ପାଇଥିଲା । ଗ୍ରନ୍ଥାରମ୍ଭରେ ପ୍ରକାଶକ ଲେଖିଛନ୍ତି- "ପୁରୀର ଶ୍ରୀଯୁକ୍ତ ଦିବ୍ୟସିଂହ ପାଣିଗ୍ରାହୀ ବି.ଏଲ୍]. ଓଡ଼ିଶାରେ ଜଣେ ପ୍ରସିଦ୍ଧ ଗଳ୍ପ-ଲେଖକ । ଗତ ଦଶବର୍ଷ ଧରି ସେ ଓଡ଼ିଆ ଭାଷାରେ ଉନ୍ନତ ଧରଣର ନାନା ପ୍ରବନ୍ଧ ଓ ଗଳ୍ପ ଲେଖିଛନ୍ତି । ସେଥିମଧ୍ୟରୁ କେତେ ଉତ୍କଳ ସାହିତ୍ୟ ମାସିକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଅବଶିଷ୍ଟ କେତେକ ଏ ପର୍ଯ୍ୟନ୍ତ ଅପ୍ରକାଶିତ ଥିଲା । ଓଡ଼ିଶାର କେହି କେହି ବିଶିଷ୍ଟ ସାହିତ୍ୟସେବୀ ଦିବ୍ୟସିଂହ ବାବୁଙ୍କ ଏହି ସରଳ ସୁଲଳିତ ଗଳ୍ପ ଲେଖାର ବହୁଳ ପ୍ରଂଶସା କରି ସେ ସବୁକୁ ପୁସ୍ତକାକାରରେ ପ୍ରକାଶ କରିବାକୁ ବାରମ୍ବାର ଅନୁରୋଧ କରିବାକୁ ଆମ୍ଭେମାନେ ତାଙ୍କଠାରୁ ଅନୁମତି ନେଇ ପ୍ରକାଶ କରିଅଛୁ । ଓଡ଼ିଆ ସାହିତ୍ୟରେ ସୁରୁଚି-ସମ୍ପନ୍ନ ଗଳ୍ପ ପୁସ୍ତକ ବଡ଼ ବିରଳ । ଦିବ୍ୟସିଂହ ବାବୁ ନିଜର ଅଭିନବ ଔପନ୍ୟାସିକ ଛଟାରେ ସମାଜ ଓ ସଂସାରର ବିଭିନ୍ନ ଚିତ୍ର ସବୁ ଗଳ୍ପ ଆକାରରେ ଯେପରି ସରଳ, ସୁବୋଧ୍ୟ ଓ ହୃଦୟସ୍ପର୍ଶୀ ଭାଷାରେ ବ୍ୟକ୍ତ କରିଛନ୍ତି ତାହା ଉତ୍କଳ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ । ଏ ପୁସ୍ତକ ପାଠକଲେ ଲେଖାର ସରସତା ଓ ନୂତନତ୍ୱ ଉପଲବ୍ଧି କରାଯାଇପାରିବ ।" ଅମୃତ କଙ୍କଣର ପ୍ରଥମ ସଂସ୍କରଣରେ ସର୍ବମୋଟ ୧୫ଗୋଟି ଗଳ୍ପ ସ୍ଥାନିତ । ଏଥିରେ ଥିବା ଗଳ୍ପମାନଙ୍କ ମଧ୍ୟରେ ଗୋଟିଏ 'ମୁକୁର' ପତ୍ରିକାରେ (ପିତୃଶିରାĝ