Skip to content
Scan a barcode
Scan
Paperback Abhishapta Rajanandini [Oriya] Book

ISBN: 1645606694

ISBN13: 9781645606697

Abhishapta Rajanandini [Oriya]

ଏହି ସଂକଳନଟି ପ୍ରକାଶ କରିବା ପାଇଁ ମୋର କେତେଜଣ ଶୁଭାକାଂକ୍ଷୀ ବଂଧୁମାନଙ୍କର ଇଚ୍ଛା ଓ ପ୍ରେରଣାରୁ ମୁଁ ଏହି ବହିଟିକୁ ପ୍ରକାଶ କରିବା ପାଇଁ ସ୍ଥିର କଲି । ଏଥିରେ ସନ୍ନିବେଶିତ ଦୀର୍ଘ ଗଳ୍ପଗୁଡ଼ିକ ଉପନ୍ୟାସିକା ବର୍ଗରେ ଯିବ ଓ ସେଗୁଡ଼ିକ ସେମାନଙ୍କ ହୃଦୟକୁ ଛୁଇଁ ପାରିଛି ବୋଲି ସେମାନେ କହିଲେ । ବଂଧୁମାନଙ୍କ କଥା ଓ ଅନୁରୋଧ ରକ୍ଷା କରି ଏସବୁକୁ ପ୍ରକାଶ କରିଦେବା ବୁଦ୍ଧିମତ୍ତାର କାର୍ଯ୍ୟ ହେବ ଭାବି ମୁଁ ସେସବୁରୁ କିଛି ଗଳ୍ପ ଚୟନ କରି ପ୍ରକାଶ କରିବାକୁ ସ୍ଥିର କଲି । କିଛିଦିନ ଲାଗିଗଲା କେଉଁ କେଉଁ ଗଳ୍ପଗୁଡ଼ିକୁ ଉପନ୍ୟାସିକା ଶ୍ରେଣୀଭୁକ୍ତ ହୋଇପାରିବ ଭାବିବା ପାଇଁ । ଯାହା ହେଉ ତାହା ବେଶୀ ସମୟ ନେଇ ନଥିଲା, ତା' ପରେ କେଉଁ ପ୍ରକାଶକଙ୍କୁ ଏହାର ପ୍ରକାଶନର ଦାୟିତ୍ୱ ଦେବି ଭାବିବା ସମୟରେ ଭାଗ୍ୟକୁ ମୋର ବଂଧୁ ଡ. କେ.ସି. ବଳ 'ବ୍ଲାକ ଈଗଲ ବୁକ୍ସ' ପ୍ରକାଶନ ସଂସ୍ଥାର ନାମ କହିଲେ ଓ ତାଙ୍କର ଫୋନ୍ ନମ୍ବର ଦେଲେ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ । ଯାହାହେଉ ମୁଁ ଫୋନ୍ କଲି ଏବଂ ମୋ ଭାଗ୍ୟକୁ ଶ୍ରୀ ଅଶୋକ ପରିଡ଼ା ଆନନ୍ଦର ସହିତ ମୋର ଏହି ସଂକଳନଟି ପ୍ରକାଶ କରିବାକୁ ରାଜି ହୋଇଗଲେ । ଏହି ସଂକଳନରେ ସ୍ଥାନିତ ଉପନ୍ୟାସିକାଗୁଡ଼ିକ ବହୁତ ଦିନରୁ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଥିଲା ଏବଂ ପାଠକ ମହଲରେ ଯଥେଷ୍ଟ ଆଦୃତ ହୋଇଥିଲା । ତେଣୁ ମୋର ବିଶ୍ୱାସ ହେଲା ଏଗୁଡ଼ିକ ମଧ୍ୟ କିଛି ନୂତନ ପାଠକପାଠିକାଙ୍କୁ ଆନନ୍ଦ ଦେଇପାରେ 

Recommended

Format: Paperback

Condition: New

$18.29
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured