Skip to content
Scan a barcode
Scan
Paperback Ulka [Oriya] Book

ISBN: 1645606325

ISBN13: 9781645606321

Ulka [Oriya]

କବିତା ରାଜ୍ୟର ଏ ନବାଗତା ଆରାଧିକା ସଂଘମିତ୍ରାଙ୍କ ଏ ସଂକଳନର କବିତା ମତେ କାହିଁକି ଭଲ ଲାଗିଲା ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ହେବ ୧- କବି ଯେଉଁ ପରିବେଶରେ ଜୀବନ ଜିଉଁଛି, ସେହି ଜୀବନ ଓ ପରିବେଶକୁ ଗଭୀର ଓ ନିବିଡ଼ ଭାବରେ ଭଲ ପାଇବାର ଅନୁଭବରୁ ତା'ର କବିତା-ଚେତନାର ଉଦ୍ଭବ ହେଉଛି ବୋଲି ମୋର ଅବବୋଧ। ୨- କବି ନିଜ କଳ୍ପନାର ଚିତ୍ରମାନଙ୍କୁ ଆଙ୍କିଲା ବେଳେ ଖୁବ୍ ଶବ୍ଦ ମିତବ୍ୟୟୀ ଓ ତାଙ୍କ ଉପମା, ରୂପକ, ବିମ୍ବ ଆଦି ବସ୍ତୁ ଜଗତର ସାଯୁଜ୍ୟରେ ଖଚିତ। ୩- କବିତା ରଚନାରେ ଉଚ୍ଛ୍ୱାସ, ସ୍ୱତଃସ୍ଫୁର୍ତ୍ତତା ଅପେକ୍ଷା ନିୟନ୍ତ୍ରିତ ଝଲକ ବା ଝକ୍ଟ୍ରବକ୍ସଳ ଉପରେ ତାଙ୍କ ଗୁରୂତ୍ୱାରୋପ। ୪- ଅନୁଭବର ସୌନ୍ଦର୍ଯ୍ୟ, ସମ୍ବେଦନା, ବିଦ୍ରୋହ ବା ପ୍ରେମର ବର୍ଣ୍ଣନା ନ କରି ସେ ନିର୍ମାଣ କରନ୍ତି ଏକ ଛାୟାଚ୍ଛନ୍ନ ପ୍ରଚ୍ଛଦ। ଖୁବ୍ ଧୀରି ଧୀରି ତନ୍ମୟତାରେ ଯାହା ଭେଦେ। ୫- କବିତାର ପ୍ରଥମ ଶବ୍ଦରୁ ଶେଷ ଶବ୍ଦ ଯାଏଁ ଏକ ଅସ୍ପଷ୍ଟ ଧ୍ୱନିର ଅନୁରଣନ ତାଙ୍କ କବିତାକୁ ମନ୍ତ୍ରସିଦ୍ଧ କରେ। ମୋ ଦୃଷ୍ଟିରେ ଭଲ କବିତାର ଏ ଗୁଣଗୁଡ଼ିକ ମୁଁ ସମସ୍ତ କବିଙ୍କ ଠାରୁ ଆଶାକରେ, ସଂଘମିତ୍ରାଙ୍କ ପାଖରେ ପାଏ।

କବିତା ଲେଖା ଓ ପାହାଡ଼ ଚଢ଼ାରୁ ଅର୍ଜୁଥିବା କ୍ଷତର ଜ୍ୱଳନ ରୁଗୁରୁଗୁ କିନ୍ତୁ ଆନନ୍ଦଦାୟୀ। ପ୍ରିୟ କବି, ଏ ପାହାଡ଼ ଚଢ଼ାର ଅନ୍ତ ନହେଉ ପାହାଡ଼ର ଆରକୂଳରେ ପାହାଡ଼, ସେ ପାହାଡ଼ର ଆରକୂଳରେ ଆହୁରି ପାହାଡ଼, ଶିଖର ପରେ ଶିଖର, ଆହୁରି ଶିଖରମାନ ତୁମ କ୍ଷତରକ୍ତରେ ରଙ୍ଗ ମାଖ&#

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured