ସାହିତ୍ୟ କ୍ଷୁଦ୍ର, ସଂକୁଚିତ ବା ସଂକୀର୍ଣ୍ଣ ହେଲେ ଜାତିର ପ୍ରଶ୍ନଉଠେ, ସୀମାର ପ୍ରଶ୍ନଉଠେ, ଭାଷାର ପ୍ରଶ୍ନଉଠେ- ମାତ୍ର ସାହିତ୍ୟ ବୃହତ୍ତର, ପ୍ରସାରିତ ବା ପ୍ରଶସ୍ତ ହେଲେ ସଭ୍ୟତାର ପ୍ରଶ୍ନଉଠେ (ମଣିଷ ସଭ୍ୟତାର ପ୍ରଶ୍ନ), ସୀମାହୀନତାର ପ୍ରଶ୍ନଉଠେ, ଭାଷାହୀନତାର ପ୍ରଶ୍ନଉଠେ, (ହୃଦୟର ଭାଷା ବା ମଣିଷର ଭାଷା କଥା ଉଠେ) ଓ ଆମେ ସମୀମରୁ ଅସୀମ ଆଡ଼କୁ, ସୀମାରୁ ସୀମାହୀନତା ଆଡ଼କୁ, କ୍ଷୁଦ୍ରରୁ ବୃହତ୍ତର ଆଡ଼କୁ, ଦୀପ୍ତିରୁ ଦ୍ୟୁତି ଆଡ଼କୁ, ଅନ୍ଧାରରୁ ଆଲୋକ ଆଡ଼କୁ, ସଂକୀର୍ଣ୍ଣତାରୁ ବିସ୍ତୃତି ଆଡ଼କୁ, ସର୍ବୋପରି ଅସମ୍ଭବରୁ ସମ୍ଭବ ଆଡ଼କୁ ଗତିକରୁ। ଏହା 'ସାହିତ୍ୟ'ରୁ 'ତୁଳନାତ୍ମକ ସାହିତ୍ୟ' ଆଡ଼କୁ ଯିବା ଯାହା, ସେଇକଥା ମାତ୍ର।