Skip to content
Scan a barcode
Scan
Paperback Sharashajya [Oriya] Book

ISBN: 1645603873

ISBN13: 9781645603870

Sharashajya [Oriya]

ହୃଦୟରୁ ଝରୁଥିବା ରକ୍ତରେ ଲେଖାଯାଇଛି ଶରଶଯ୍ୟା, ଜୀବନ ଯନ୍ତ୍ରଣାର ଭୟଙ୍କର ଅନୁଭବ । ପଢ଼ିଲା ବେଳେ ଆଖିରୁ ଝରିଆସୁଥିବା ଲୁହକୁ ଅଟକାଇ ପାରିଲିନି । ଆଉ ଏ ବହିର 'ମାଷ୍ଟର ପିସ୍]' ତ୍ରୟୋଦଶ ଅଧ୍ୟାୟ 'ଭଗବାନଙ୍କୁ ଗୋଟେ ଖୋଲାଚିଠି' ମୋ ଅନ୍ତରକୁ ଦୋହଲାଇ ଦେଇଥିଲା । କଷ୍ଟ ଯନ୍ତ୍ରଣା ସମୁଦ୍ରରେ ବୁଡ଼ି ବୁଡ଼ି ଜଣେ ଏତେ ସକାରାତ୍ମକ ଭାବରେ ଭଗବାନଙ୍କୁ ନିଜର କରିବାରେ କାର୍ପଣ୍ୟ କରିନାହାଁନ୍ତି । "ଆପଣ ଏହି ଲୁଚକାଳି ଖେଳ ଛାଡନ୍ତୁ ଏବଂ ମୋ ସାମନାକୁ ଆସନ୍ତୁ । ମୁଁ ମୋ ବାଳ ଧୋଇଦେବି ଏବଂ ସେଗୁଡ଼ିକୁ ଏକାଠି କରି ବାନ୍ଧି ଦେବି । ମୁଁ ମୋର ଅତିପ୍ରିୟ ମୟୁରକଣ୍ଠୀ ନୀଳ ଶାଢ଼ୀରେ ସଜେଇ ହେବି । ଆପଣ ମୋର ଟର୍କିସ୍ କାନଫୁଲ ଏବଂ କଙ୍କଣ ଦେଖି ମୋତେ ଚହ୍ନିପାରିବେ । ମୁଁ ମୋ ବାରଣ୍ଡାରେ ଆପଣଙ୍କ ସହିତ ବସିବି କାଡ଼ାମନ ବାସ୍ନାର କଫି ସହିତ । ମୁଁ କିଛି ବି ପ୍ରଶ୍ନ ପଚାରିବି ନାହିଁ । ଆମେ ଉଭୟେ ଉଭୟଙ୍କର ସୌହାର୍ଦ୍ଦ୍ୟ ଅନୁଭବ କରିବା ମୋ ବାରଣ୍ଡାରେ ଲାଗିଥିବା ଦୋଳି ଉପରେ ବସି । ମୁଁ ଆପଣଙ୍କ କାନ୍ଧ ଉପରେ ମୁଣ୍ଡ ରଖିବି । ମୁଁ ଚାହେଁ ଆପଣ ଆପଣଙ୍କ ରୁମାଲରେ ମୋ ଲୁହ ପୋଛି ଦିଅନ୍ତୁ । ମୁଁ ବହୁତ ଥକି ଯାଇଛି କିନ୍ତୁ ହାରି ଯାଇନି ।"

ପୁସ୍ତକଟିରେ ଅନେକ ସ୍ଥାନରେ ପୁନଃ କଥନ ଓ ଅତିକଥନ ବେଳେବେଳେ ଅପ୍ରୀତିକର ଲାଗିପାରେ କିନ୍ତୁ ଯନ୍ତ୍ରଣାର ଅନୁଭବ, ଆକସିଡେଣ୍ଟାଲ, ଡାକ୍ତରଖାନାର ୧୧ ମାସର କଷ୍ଟ, ୧୬ରୁ ଅଧିକ ଅପରେସନ ବିରଳ ବ୍ୟାକ୍ଟୋରିଆ ଇନ୍]&#

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured