ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଶାରଳା ପୁରସ୍କାର ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫାଗ୍ରୁପ୍ ଦ୍ୱାରା ପରିଚାଳିତ ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଏ । ଶାରଳା ପୁରସ୍କାରପ୍ରାପ୍ତ ୧୬ଟି ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନେଇ ଏହି ସଂକଳନଟିକୁ ପ୍ରସ୍ତୁତ କରାଯାଇଛି । ଏଯାବତ୍ ଘୋଷିତ ହୋଇଥିବା ଶାରଳା ପୁରସ୍କୃତ ପୁସ୍ତକ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟାରେ ରହିଛି ଗଳ୍ପ ସଙ୍କଳନ । ତେବେ କହିବା ବାହୁଲ୍ୟ ଯେ ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ରଚନା ତୁଳନାତ୍ମକ ଭାବରେ ଅଧିକ । ୧୯୮୧ ମସିହାରେ ପ୍ରଥମେ କ୍ଷୁଦ୍ରଗଳ୍ପ ପାଇଁ ତଥା ଦ୍ୱିତୀୟ ଶାରଳା ପୁରସ୍କାର ବିଜୟୀ ଭାବରେ ସମ୍ବର୍ଦ୍ଧିତ ହୁଅନ୍ତି ଗାଳ୍ପିକ ମନୋଜ ଦାସ 'ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ'ପାଇଁ । ଚନ୍ଦ୍ରଶେଖର ରଥଙ୍କ 'ସମ୍ରାଟ ଓ ଅନ୍ୟମାନେ'୧୯୮୨ରେ, ମହାପାତ୍ର ନୀଳମଣି ସାହୁଙ୍କ ଆତ୍ମଜୀବନୀ ମୂଳକ ଗଳ୍ପ ପୁସ୍ତକ 'ଅଭିଶପ୍ତ ଗନ୍ଧର୍ବ'୧୯୮୩ରେ, କିଶୋରୀ ଚରଣ ଦାସଙ୍କ ଗଳ୍ପ ସଙ୍କଳନ 'ଭିନ୍ନ ପାଉଁଶ'୧୯୮୬ରେ, ୧୯୯୧ ମସିହାରେ ଯୁଗ୍ମ ବିଜେତା ଭାବରେ ଗଳ୍ପ ପାଇଁ ଶାରଳା ପୁରସ୍କାର ଲାଭ କରନ୍ତି ରବି ପଟ୍ଟନାୟକ 'ବନ୍ଧ୍ୟା ଗାନ୍ଧାରୀ