Skip to content
Scan a barcode
Scan
Paperback Sahasrabdeera Swaksharita Pandulipi [Oriya] Book

ISBN: 1645602478

ISBN13: 9781645602477

Sahasrabdeera Swaksharita Pandulipi [Oriya]

କବିତା ସାମଗ୍ରିକ ଚେତନାକୁ ପ୍ରଭାବିତ କରୁଥିବା ଅପ୍ରତିହତ ସାଂସ୍କୃତିକ ଧାରା- ଏହା ସମସାମୟିକ ଚେତନାରେ ଯେପରି ଜର୍ଜରିତ, ଐତିହାସିକ ଚେତନାରେ ସେହିପରି ପୁଷ୍ଟ । ଏଇ ""ଐତିହାସିକ' କିନ୍ତୁ ଇତିହାସ ଅର୍ଥରେ ନୁହେଁ । ପ୍ରତ୍ୟେକ କବିର ସ୍ୱତନ୍ତ୍ର ଐତିହ୍ୟ ରହିଛି । ଏହା ଫ୍ରଏଡ୍]ଙ୍କ ଅବଚେତନ ହୋଇପାରେ, କଲରିଜ୍]ଙ୍କ ଋତାବେଶ ହୋଇପାରେ, ମାର୍କସ୍]ଙ୍କ ବସ୍ତୁନିଷ୍ଠ ଦ୍ୱନ୍ଦ୍ୱ ହୋଇପାରେ, ରବୀନ୍ଦ୍ରଙ୍କ ବିଶ୍ୱବୋଧ ହୋଇପାରେ । ତେଣୁ କବିତାର ଧାରା ଏକାଧିକ ଅର୍ଥରେ କ୍ରାନ୍ତିକାରୀ । ସଂଗୀତର ଆରୋହଣ ଓ ଅବରୋହଣ ଛନ୍ଦରେ ଏହା ଗତି କରେନାହିଁ ।


ଅନ୍ୱେଷା, ସଂବର୍ତ୍ତ ଓ ପ୍ରବର୍ତ୍ତନ ଏଇ ତିନୋଟି କ୍ରମରେ ଉତ୍କର୍ଷ କଳା ରୂପାୟିତ ହୁଏ । ଏହା ପୃଥ୍ୱୀ ପାଇଁ ଯେପରି ପ୍ରଯୁଜ୍ୟ, ମଣିଷ ପାଇଁ ଅନୁରୂପ । ସ୍ୱକୀୟ ଆବେଶ ବହିର୍ଜଗତରେ ପ୍ରତିରୂପ ଅନ୍ୱେଷଣ କରେ । ଧୃପଦୀ ଧାରଣା, ସମନ୍ୱିତ ସ୍ରଷ୍ଟା, ଅନୁଭୂତିର ତାତ୍ପର୍ଯ୍ୟ ଅନୁଶୀଳନ କରେ । ଏଇ ଅର୍ଥ ଦାର୍ଶନିକ ନିଗଡ଼ରେ ବନ୍ଧା ନୁହେଁ । କାବ୍ୟିକ ଦୃଷ୍ଟି ସହିତ ଅଭିଦୃଷ୍ଟି, ଅନ୍ତର୍ଦୃଷ୍ଟି, ରସଦୃଷ୍ଟି ଓ ସମଷ୍ଟି ଚେତନା ଘନିଷ୍ଠ ଭାବେ ସମ୍ବନ୍ଧିତ । ତେଣୁ ପ୍ରବହମାନ ସଂସ୍କୃତିର ପୁନର୍ମୁଲ୍ୟାୟନ କବିର ଅବଚେତନରେ ହୁଏ । ତା'ର ଅଭିବ୍ୟକ୍ତି ସ୍ୱତଃ ଶକ୍ତିଶାଳୀ ଓ ପ୍ରଣିଧାନ ଯୋଗ୍ୟ ।


- ପ୍ରହରାଜ ଶ୍ରୀସତ୍ୟନାରାୟଣ ନନ୍ଦ"


Recommended

Format: Paperback

Condition: New

$14.66
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured