ଶବ୍ଦର ସରସ୍ୱତୀ ସଚ୍ଚିଦାନନ୍ଦ ରାଉତରାୟ (୧୩.୦୫.୧୯୧୬-୨୧.୦୮.୨୦୦୪) ଉଭୟ ପଦ୍ୟ ଓ ଗଦ୍ୟ ସର୍ଜନାରେ ପ୍ରତିଷ୍ଠା କରିଥିଲେ ନିଜର ସବ୍ୟସାଚୀତ୍ୱ। ସର୍ଜନା ଲୋଡ଼େ ଯେଉଁ ଆବେଗ, ସମାଲୋଚନା ଚାହେଁ ଯେଉଁ ବୁଦ୍ଧିଦୀପ୍ତତା - ଉଭୟ ଥିଲା ତାଙ୍କ ପାଖରେ ଅପରିସୀମ। ସେଇଥିଲାଗି ତାଙ୍କର ଗୋଟିଏ ଛୁଆଁରେ ସାମାନ୍ୟ ପାଲୋଟି ଯାଉଥିଲା ଅସାମାନ୍ୟ। ସେଇ ଅସାମାନ୍ୟତା ତାଙ୍କର କଥା, କବିତା, ସମାଲୋଚନା - ସର୍ବତ୍ର ଅଦୃଶ୍ୟ ଭାବେ ଦୃଶ୍ୟମାନ। 'କଥାବିଚିତ୍ରା' - ସଚ୍ଚିଦାନନ୍ଦଙ୍କ ଅନନ୍ୟ ସେଇ ବିଶାଳ କଥାକର୍ମର ଏକ ଗଣ୍ଡୂଷ ନିଦର୍ଶନ। ଏହା ହେଉ ସେହି ମହାନ୍ ଶିଳ୍ପୀଙ୍କ ଏକବିଂଶତି ଶ୍ରାଦ୍ଧ ଦିବସର କଥା-ଶ୍ରଦ୍ଧାଞ୍ଜଳି।