Skip to content
Scan a barcode
Scan
Paperback Raghu Arakshita [Oriya] Book

ISBN: 1645608166

ISBN13: 9781645608165

Raghu Arakshita [Oriya]

କ୍ଷୁଦ୍ରର ପୁଣି ବକ୍ତବ୍ୟ କ'ଣ? ତଥାପି ଯେଉଁମାନଙ୍କର କୃପାକଣା ଲାଭ କରି ଏହି କ୍ଷୁଦ୍ର ଶକ୍ତି ଆଜି ପର୍ଯ୍ୟନ୍ତ ତାର ଅସ୍ତିତ୍ୱର ପରିଚୟ ପ୍ରଦାନରେ କୃତାର୍ଥ ହୋଇଅଛି ସେମାନଙ୍କ ନିକଟରେ ତାହାର ହୃଦୟର କୃତଜ୍ଞତା ଜ୍ଞାପନ କର୍ତ୍ତବ୍ୟ - ସେଥିପାଇଁ ଏଥିର ସୂଚନା।

ମା ଆନନ୍ଦମୟୀଙ୍କର ଅପାର କରୁଣାବଳରେ ଏହି "ରଘୁ ଅରକ୍ଷିତ" ଉପନ୍ୟାସ ଖଣ୍ଡିକ ମୋର ଦେଶବାସୀଙ୍କ ହସ୍ତରେ ଅର୍ପଣ କରିବାକୁ ସକ୍ଷମ ହୋଇଅଛି। କ୍ଷୁଦ୍ର ଶକ୍ତି ଏବଂ ସ୍ୱଳ୍ପଶିକ୍ଷା ଦ୍ୱାରା ମାତୃଭାଷା ସାହାଯ୍ୟରେ ଦେଶ ଓ ଦଶର ଯତ୍]କିଞ୍ ଚତ୍ ହିତ ସାଧନ ମୋର ଜୀବନର ବ୍ରତ- ଏଥିରେ ଜୟ ପରାଜୟ, ସଫଳତା ବିଫଳତା, ବିଶ୍ୱପିତାଙ୍କ ହସ୍ତରେ।

ରଘୁ ଅରକ୍ଷିତ ଆଜକୁ ପ୍ରାୟ ତିନିବର୍ଷ ହେବ ପାଣ୍ଡୁଲିପି ଆକାରରେ ପଡ଼ି ରହିଥିଲା। ମୋର କତିପୟ ସାହିତ୍ୟିକ ସୁହୃଦ୍ ଓ ସମ୍ପାଦକମାନଙ୍କର ଉତ୍ସାହ ଦ୍ୱାରା ଆଶାନ୍ୱିତା ହୋଇ ପ୍ରକାଶ କରିବାକୁ ସାହସୀ ହେଲି। ଏହା ଉତ୍କଳ ନାରୀପ୍ରଣୀତ ପ୍ରଥମ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ବହୁ ଭ୍ରମ ପ୍ରମାଦ ଥିବା ସମ୍ଭବପର। ତଥାପି ଦେବପୂଜାରେ ଦୂବ ବରକୋଳି ପତ୍ରପରି ଏହା ଦେଶବାସୀଙ୍କର ଶ୍ରଦ୍ଧାପୂତ ହସ୍ତରେ ବିନୀତଭାବରେ ଅର୍ପଣ କରୁଅଛି। ଭରସା, ପାଠକପାଠିକା ଦୟା, ବହି ତ୍ରୁଟି ମାର୍ଜନା ଓ ଗୁଣଗ୍ରହଣ କରି ଏଥିପ୍ରତି ସହାନୁଭୂତି ପ୍ରଦର୍ଶନ କଲେ ସମୁଦାୟ ଶ୍ରମ ସାର୍ଥକ ଜ୍ଞାନ କରିବି। କିମଧିକମିତି।

-- ବିନୀତା. ପ୍ରĝ

Recommended

Format: Paperback

Condition: New

$20.10
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured