Skip to content
Scan a barcode
Scan
Paperback Patha Antahina [Oriya] Book

ISBN: 1645608484

ISBN13: 9781645608486

Patha Antahina [Oriya]

ମୁଁ ଜଣେ ସାଧାରଣ ମଣିଷ ଓ ମୁଁ ପ୍ରକୃତିର ପୂଜକ । ନିତିଦିନର ବାସନା, ଇଚ୍ଛା, ହସ, ଖୁସି, ଆମ ସମାଜର ଚଳଣି, ମତେ ପ୍ରଭାବିତ କରେ ।

ଜୀବନର ସୁଖ, ଦୁଃଖ ଆଶା ନିରାଶା, ଆମ ସମାଜ ଓ ସଂସ୍କୃତିକୁ ମୁଁ ଯେତିକି ସମ୍ମାନ ଦିଏ, ଆମ ସମାଜର ଦୁର୍ବଳତା ପ୍ରତି ମଧ୍ୟ ମୋର ଧ୍ୟାନ ଯାଏ । ମୁଁ ମୋ କବିତା ସରଳ ଓ ସ୍ୱାଧୀନ ଭାବରେ ବ୍ୟକ୍ତ କରିବାକୁ ଚେଷ୍ଟା କରେ । ଭାବେ କବିର କଳ୍ପନା ଓ ଚିନ୍ତାଧାରା ସଦା ଜୀବନ୍ତ । ଏଥିରେ ବୟସର ସୀମା ନଥାଏ । ନିଜର କଳ୍ପନା, ବାସ୍ତବତା, ସାମାଜିକ ଜୀବନ ଶୈଳୀ ଏବଂ ପୃଥିବୀର ପ୍ରାକୃତିକ ପରିବେଶ ସହ ନିଜର କଳ୍ପନା ହିଁ ତାର ପ୍ରେରଣାର ଉତ୍ସ । ସେ କେବଳ ନିଜକୁ ବ୍ୟକ୍ତ କରିବାକୁ ଚାହେଁ । ପୃଥିବୀର ବାସ୍ତବିକତାକୁ ନେଇ ସେ ତାର ମନ ଓ ମତ ପ୍ରକାଶ କରିଥାଏ ।

ମୋର କବିତାଗୁଡ଼ିକ ଆଜିକାଲିର ବହୁତ ସମୟ ଉପଯୋଗୀ ବିଷୟ ବସ୍ତୁ ଉପରେ ଆଧାରିତ । ଏଇ କବିତାଗୁଡ଼ିକ ପ୍ରକୃତିର ବର୍ଣ୍ଣନା ଓ ସୌନ୍ଦର୍ଯ୍ୟର ଉପାସନା ସଙ୍ଗେ ସଙ୍ଗେ ସାମାଜିକ ନ୍ୟାୟ, ପ୍ରଥା ଓ ସମସାମୟିକ ବିଷୟବସ୍ତୁ ଉପରେ ଆଲୋକ ପ୍ରାପ୍ତ କରୁଛି ଏହାହିଁ ଏ କବିତା ସବୁର ଲକ୍ଷ୍ୟ ।

ଆଶାକରେ ଆପଣମାନେ ମୋ କବିତା ପଢ଼ି ମତେ ଆନନ୍ଦିତ କରିବେ ।

---ପ୍ରିୟଦର୍ଶିନୀ ମହାନ୍ତି

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured