Skip to content
Scan a barcode
Scan
Paperback Panchabhuta [Oriya] Book

ISBN: 1645605043

ISBN13: 9781645605041

Panchabhuta [Oriya]

ସମ୍ବେଦନାରେ ରତ ରତ ମଣିଷପଣିଆକୁ ଗରମ ତେଲରେ ଯେତେ ଛାଣିଲେ ବି ସେ ଜଳିକି ଯେମିତି ପୋଡା ଅଙ୍ଗାର ହୁଏନି, ମରଣ ବି ସେମିତି ଜୀବନର ସତ୍ତାକୁ ସମ୍ପୂର୍ଣ୍ଣ ନିର୍ବାପିତ କରିପାରେନି । ମୃତ୍ୟୁ ଗୋଟେ ସାମୟିକ ବିଶ୍ରାମସ୍ଥାନ ଭଳି ଅଟକେଇ ଦିଏ ଏକ ମହାର୍ଘ ପର୍ଯ୍ୟଟନକୁ । ତା' ପରେ ବି ଆତ୍ମା ବୁଲେ, ପ୍ରଦିକ୍ଷଣ କରେ । ମୃତ୍ୟୁର ଆତ୍ମଜୀବନୀ ଉତ୍ତରଣ ହେଇଛନ୍ତି କବିତାର ପ୍ରଥମ ଭାଗରେ ।


ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ଆତ୍ମାର ଆତ୍ମକଥାରୁ । ମଲା ପରେ କ'ଣ ହୁଏ? ଏ ପ୍ରଶ୍ନ ଅସମାହିତ ଥିଲା ଆଉ ରହିବ ମଧ୍ୟ । କିନ୍ତୁ କଳ୍ପନାର ପାଟ ଗହୀର ତା' ବୋଲି କ'ଣ ବୀଜବପନରୁ ବଂଚିତ ହୋଇ ପଡିଆ ପଡିବ ? ଶରୀର ପରିତ୍ୟାଗ ପରେ ଆତ୍ମାର ବି ତ ସ୍ୱାଧୀନତା ଅଛି ନା । ଇହ ଲୋକର ଜଞ୍ଜାଳ ଭିତରେ ବାନ୍ଧି ହୋଇ ସେ ଧଳା-କଳା, ଇହୁଦୀ-ମୁସଲମାନ, ବ୍ରାହ୍ମଣ-କ୍ଷତ୍ରୀୟ, ପୁରୁଷ-ନାରୀ, ତାମିଲ-ଫରାସୀ, ଭାରତୀୟ-ମାର୍କିନ୍ ଇତ୍ୟାଦି କେତେ କେତେ ପରିଚୟ ନେଇ ବଞ୍ଚୁଥିଲା । ପ୍ରତିଟି ପରିଚୟ ଗୋଟେ ଗୋଟେ ବିଭାଜନକାରୀ । ତେବେ, ମୃତ୍ୟୁ ପରେବି କ'ଣ ଆତ୍ମା ଇଏ ପରିଚୟର ସଂକୀର୍ଣ୍ଣତାକୁ ବୋଝ ପରି ବୋହୁଥିବ?

କବିତାର ଦ୍ୱିତୀୟ ଭାଗ ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ଖୋଜିବାକୁ ଉପତ୍ୟକାରୁ ଉପତ୍ୟକା ବିଚରଣ କରିଛି । ନାନା ଜୀବନ୍ତ, ଜଡ ଉପାଦାନଙ୍କୁ ଭେଟିଛି । ହୁଏତ ବାସ୍ତବ ଉତ୍ତରରେ ପହଞ୍ଚିଛି କି ପହଞ୍ଚିନି ସେକଥା ପାଠକଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ନିର୍ଭରଶୀଳ, କିନ୍ତୁ ଏତ

Recommended

Format: Paperback

Condition: New

$17.38
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured