ଏବର ସମୟ ଖଣ୍ଡରେ କବିତାର ପ୍ରଧାନ ଉତ୍ସ ହେଉଛି ମଣିଷ । ସେହି ମଣିଷ ନିତିଦିନ କେତେ କେତେ ସୁଖ ଦୁଃଖ, ହାନିଲାଭ, ବିଷାଦ ବିରହ ଓ ଭୋକକୁ ସାମ୍ନା କରୁଥାଏ । ସେ ଭୋକ ହୋଇପାରେ ଉଦରର, ମାନସିକ ସ୍ତରର, ଜୀବନ ଜିଜ୍ଞାସାର, ସାମାଜିକ, ଆର୍ଥନୀତିକ ଓ ସାଂସ୍କୃତିକ ବିଶ୍ଲେଷଣର । ମଣିଷର ସୁବିଧା ପାଇଁ ଯେଉଁ ଅନୁଷ୍ଠାନ ସମୂହ ଗଢ଼ାଯାଇଛି, ଆବଶ୍ୟକ ବେଳେ ସେ ସଂସ୍ଥା ସହଯୋଗ, ଆନ୍ତରିକତା ଓ ଅନ୍ତରଙ୍ଗତାର ହାତ ପ୍ରସାରଣ କରେ ନାହିଁ । ସୁତରାଂ ବୃହତ୍ତର ଜନଜୀବନ ଅସହାୟ ଓ ଅନିଶ୍ଚିତତା ମଧ୍ୟରେ ଜିଇଁବାକୁ ବାଧ୍ୟ । Micro ଦୃଷ୍ଟିରୁ ସବୁ ଠିକ୍]ଠାକ୍ ଥିଲା ଭଳି ଭ୍ରମସୃଷ୍ଟି ହେଉଥାଏ, କିନ୍ତୁ Micro ଦୃଷ୍ଟିରୁ ନିରୀକ୍ଷଣ କଲେ, ମଣିଷର ଦୁଃଖ, ଦୁର୍ଦ୍ଦଶାର ଅନ୍ତ କାହିଁ? ଦୁଃଖର ଉପତ୍ୟକାରେ ସେ ଏକାଏକା ଉଦାସ ଓ ନିର୍ଲିପ୍ତ । କହିବା ବାହୁଲ୍ୟ, ଜୀବନର ପରିସର ଏତେ ବ୍ୟାପକ ଯେ କବିତା ମାଧ୍ୟମରେ ସେ ସବୁର ଅବତାରଣା ଅସମ୍ଭବ । ଶବ୍ଦ ଯେତେବେଳେ କ୍ଲାନ୍ତ ଓ ନିସ୍ତେଜ ହୋଇଯାଏ, ସେତେବେଳେ ନିଃଶବ୍ଦ, ଜାଗ୍ରତ ହେବା ସଙ୍ଗେସଙ୍ଗେ ସକ୍ରିୟ ହୋଇଥାଏ । ଅନ୍ୟ ଅର୍ଥରେ ଶବ୍ଦର ଯେତିକି ଶକ୍ତି ଅଛି ନିଃଶବ୍ଦର ତା'ଠାରୁ ଅଧିକ ଶକ୍ତି ଅଛି । ଏଠି ବାଗଡ଼ାମ୍ବର ନାହିଁ, ଗଳାଫଟା ଚିତ୍କାର ନାହିଁ, ଅଛି କେବଳ ମୌନ, ନିରବତାର ଭାଷା, ଯାହା ବଡ଼ମଥା ଠାରୁ କୋଟିକୋଟି ମଣିଷର ଅବଚେତନକୁ ଭେଦିଯାଏ । ସେଇଠୁ ଆରମ୍ଭ ହୁଏ ଉପଶମର ରାସ୍ତା । Inter War Period ରେ ଯେତେବେଳେ ମଣିଷ ସମାଜ ଭୟାବହ ବେରୋଜ