ସ୍ୱପ୍ନର ସେ କାଳ୍ପନିକ ରାଜ୍ୟ 'ନିଉଟୋପିଆ' । ଯାହା ଇତିହାସ, କଳ୍ପନା ଓ ବାସ୍ତବତାର ଏକାଧିକ ସଂସ୍କରଣ ହେଇ ପୁନର୍ଲିଖିତ ହେଇ ଚାଲିଥିବ ।
ଶଶାନ ଦିରୀ (ଶ୍ମଶାନ ପଥର)ର ପ୍ରତୀକ କାନ୍ଧରେ ପକେଇ ମାଇଲ ମାଇଲ ବାଟ ଚାଲୁଥିବା ସେଇ ଅବୋଧ ଆଦିପୁରୁଷର ବିଶ୍ୱାସ ଓ ତା'ର କାଳକାଳର ପରଂପରା କିପରି ବହିଯାଇଛି କାହାଣୀ ପରେ କାହାଣୀ ହେଇ, ଘନ ଘୋର ଜଙ୍ଗଲରେ ।
ଇତିହାସରେ ସେ କଥା ନାହିଁ । ଯେଉଁକଥା ଓ କାହାଣୀ ପାହାଡ଼, ଜଙ୍ଗଲ ଓ ପରଂପରାର ଲୋକକଥାଗୁଡ଼ିକରେ, ପୁରୁଷ ପୁରୁଷର ଅପାସୋରା ଲୋକଗୀତି ସବୁରେ ଲୁଚି ରହିଛନ୍ତି ସେସବୁ ଇତିହାସରେ କାହିଁ?
'ନିଉଟୋପିଆର' ପୁନର୍ଲିଖନ ଅସମ୍ଭବ । ଯେପରି ଅସମ୍ଭବ ଇତିହାସର ପ୍ରତିଷ୍ଠିତ ତଥ୍ୟକୁ କାହାଣୀଗୁଡ଼ିକର ଶାଣୁଆ ତୀରରେ ଚିରି ଦେଇପାରିବା ।
କେତେଶହ ବର୍ଷ ତଳେ ଶଶାନଦିରୀ ପଥରକୁ ପିଠିରେ ବୋହି ନିଜର ମାଲିକାନୀ ହକ୍ ପ୍ରମାଣିତ କରିବାପାଇଁ ଯେଉଁମାନେ ଜଙ୍ଗଲ, ପାହାଡ଼ ଘେରା ନିଜର ଜମି ଉପରୁ ଉଠିଯାଇଥିଲେ କମିଶନରଙ୍କୁ ଭେଟିବାପାଇଁ; ସେମାନେ ରାସ୍ତାସାରା କେବଳ ଗପ କହିଚାଲିଥିଲେ । ସେଇସବୁ ଗପ ଆଜିବି କେଉଁଠିନା କେଉଁଠି ପାହାଡ଼ କି ଜଙ୍ଗଲ କି ନଈ, ନାଳ ଓ ପଥର, ଫୁଲ ଓ ଫଳ, ସାପ ଓ କେର୍]କେଟା ଚଢ଼େଇମାନଙ୍କ ମୁହଁରେ କଥିତ ହେଉଛନ୍ତି ।
ଇତିହାସରେ 'ନିଉଟୋପିଆ'ର ବର୍ଣ୍ଣନା ନାହିଁ । ଲୋକକଥାରେ ଅଛି । ଆଜି ଇତିହାସ ଖୋଜିଲାବେଳେ ମୁଁ ସେହି ମରିହଜିଯାଇଥିବା ଆଦିପୁରୁଷମାନଙ୍କୁ ମନେ ପକଉଛି ।
ମନେ ପକଉଛ