Skip to content
Scan a barcode
Scan
Paperback Mu bi Karna [Oriya] Book

ISBN: 1645604454

ISBN13: 9781645604457

Mu bi Karna [Oriya]

'ମୁଁ ବି କର୍ଣ୍ଣ' ଉପନ୍ୟାସରେ ଚିତ୍ରିତ ହୋଇଛି ଏକ ପାଳିତ ପୁତ୍ରର ଜୀବନ କାହାଣୀ ଯାହାର ସାମଞ୍ଜସ୍ୟ ରହିଛି ମହାଭାରତର କର୍ଣ୍ଣଙ୍କ ଜୀବନ କାହାଣୀ ସହିତ ।ସଦ୍ୟ ଜନ୍ମିତ ଶିଶୁପୁତ୍ରଟିକୁ ନଦୀର ଜଳରେ ଭାସୁଥିବା ବୋଝ ଭିତରୁ ଅତି ଆଗ୍ରହରେ ତୋଳିଆଣି ନିମିଷକ ମଧ୍ୟରେ ଭୁଲିଯାଆନ୍ତି ଚିତ୍ରା ଓ ବିଭୂତି ନିଜର ସଦ୍ୟ ମୃତ ପୁତ୍ରକୁ ଯାହାକୁ ସେମାନେ ନଦୀ ନିକଟରେ ପୋତିବାକୁ ଆସିଥିଲେ ରାତ୍ରିର ଅନ୍ଧାରରେ । ସମସ୍ତଙ୍କ ଆଗରେ 'ଆଲୋକ' ସେମାନଙ୍କର ଜନ୍ମିତ ପୁତ୍ର ।ସମୟକ୍ରମେ ଚିତ୍ରା ଓ ବିଭୂତିଙ୍କର ପାଞ୍ଚ ପୁଅ ହୋଇଛନ୍ତି କୁନ୍ତୀଙ୍କର ପାଞ୍ଚପୁତ୍ର ହେଲାପରି । ଆଲୋକ ମଧ୍ୟ ଭଲ ପଢ଼ି ଏକ ଅଫିସର ହୋଇଛି । କିନ୍ତୁ ସେ ଜାଣିନି ନିଜର ପ୍ରକୃତ ଜୀବନ ବୃତ୍ତାନ୍ତ । ଆଲୋକ ପଛରେ ଯେ ଅନ୍ଧାରଟିଏ ଲୁଚି ରହିଛି ତାହା ସମସ୍ତଙ୍କୁ ଆଗୋଚର ।ସମୟ ସ୍ରୋତରେ ଆଲୋକର ପ୍ରକୃତ ଜନ୍ମଦାତ୍ରୀ ମେନକା ଦେବୀ ସନ୍ଧାନ ପାଆନ୍ତି ନିଜ ଜନ୍ମିତ ପୁତ୍ରର ଓ ତା ପାଖକୁ ଆସି ପ୍ରକୃତ ମାତାର ପରିଚୟ ଦିଅନ୍ତି । କିନ୍ତୁ ଆଲୋକ ତାଙ୍କୁ ନିଜର ମା' ବୋଲି ଗ୍ରହଣ କରେନି । ଚିତ୍ରା ଓ ବିଭୂତି ତାର ମାତା ଓ ପିତା । ନିରାଶ ହୁଅନ୍ତି ମେନକା ଦେବୀ ।ମେନକା ଦେବୀଙ୍କର ଆଉ କିଏ ନାହାନ୍ତି । ସେ ଏକ ଅନାଥାଶ୍ରମର ମାଲିକାଣୀ । ଅଳ୍ପଦିନ ପରେ ତାଙ୍କର ମୃତ୍ୟୁ ହୁଏ କ୍ୟାନ୍]ସରରେ ଓ ରାତ୍ରିରେ ହୋଇଯାଏ ତାଙ୍କର ଶବଦାହ ଶ୍ମଶାନରେ । ଆଲୋକ ଖବର ପାଇ ଶ୍ମଶାନରେ ପହଞ୍ଚିଲା ବେଳକ

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured