Skip to content
Scan a barcode
Scan
Paperback Maanka Baikunthapura [Oriya] Book

ISBN: 1645603563

ISBN13: 9781645603566

Maanka Baikunthapura [Oriya]

ବିନୋଦିନୀଙ୍କ ଗଳ୍ପ ଜଗତ ଆଜିର ବ୍ୟକ୍ତି ସର୍ବସ୍ୱ ଚେତନା ଆଧାରିତ ନିଃସଙ୍ଗ ଜୀବନର ଅନ୍ତଃ ଆର୍ତନାଦ । ମୋ ହାତକୁ ଆସିଥିବା ବୈକୁଣ୍ଠପୁର ଗଳ୍ପ ସଂକଳନର ଗଳ୍ପମାନଙ୍କ ମଧ୍ୟରେ ମାଆ, ମା, ଚୋର, ସନ୍ଦେହ, ଠାରୁ ହୀରାହାର, ଓ ଋଣ ପରିଶୋଧ ଯାଏ ସର୍ବ ମୋଟ ଅଠରଟି ଗଳ୍ପ ମୋତିହାରର ବୈଦୁର୍ଯ୍ୟ ପ୍ରବାଳ ରତ୍ନ ପରି ଏକକୁ ଆରେକ ମହାନ ଓ ମୂଲ୍ୟବାନ । ସାମାନ୍ୟ ଘଟଣାକୁ ଅସାମାନ୍ୟ କରି ଗଢ଼ି ତୋଳିବାର ବିସ୍ମୟ ବିଭୋରତା ବିନୋଦିନୀଙ୍କ ଗଳ୍ପ ମାନଚିତ୍ରର ଆଙ୍ଗିକ ବୈଶିଷ୍ଟ୍ୟ ଓ ଫକୀର ମୋହନଙ୍କ 'ମୋଡ଼ ବୁଲିଲେ ଗପ' ନ୍ୟାୟରେ ପ୍ରତ୍ୟେକ କାହାଣୀର ଜନ୍ମ ଆକସ୍ମିକତାରୁ । ଯେମିତି ଝୁଣ୍ଟି ପଡ଼ିଲେ ଆଃ ଉଚ୍ଚାରିତ ହୁଏ ଆପେଆପେ, ସେହିପରି ତାଙ୍କ ଗଳ୍ପମାନ ସ୍ୱତଃନିସୃତ । ବିନୋଦିନୀ ନିଜ ଗଳ୍ପ ପାଇଁ ଚାଙ୍ଗୁଡ଼ି ଧରି ଅନ୍ୟ ବଗିଚାକୁ ଫୁଲ ତୋଳିବାକୁ ଯାଇନାହାନ୍ତି । ଫଳତଃ ନିଜ ଆଖି ଦେଖା କଥା, ନିଜର ପ୍ରତ୍ୟେହିକ ଅନୁଭୂତିରୁ ଯେମିତି ଗଳ୍ପଗୁଡ଼ିକ ଝରିପଡନ୍ତି ସ୍ୱତଃ ।

ବିନୋଦିନୀଙ୍କ ଭାଷା ଅତ୍ୟନ୍ତ ସରଳ, ଭାବ ଅଫୁରନ୍ତ ଓ ପାଠକକୁ ଭସେଇ ନେବାର ସାମର୍ଥ୍ୟ ରଖେ । ତାଙ୍କ ଗଳ୍ପରେ ନା ଅଛି ଆଡମ୍ବର, ନା ଅଛି ଛଳନା, ଅଛି କେବଳ କାବ୍ୟିକ କୌଶଳ, ପାଠକଙ୍କୁ ହିପ୍ନୋଟାଇଜ୍ କରିବାର ଅଭିନବ ଓ ଅନନ୍ୟ ପ୍ରବୀଣତା । ସାମ୍ପ୍ରତିକ ଗଳ୍ପ ସଂସ୍କାରର ଦେହଳୀରେ ବିନୋଦିନୀଙ୍କ ଗଳ୍ପ ନିଜ ମୌଳିକ ସୌଷ୍ଠବତାରେ ଓ ନିଜକଳାରେ ଅପ୍ରତିଦ୍ୱନ୍ଦୀ । ସର୍ବୋପରି ଗଳ୍ପର ମ

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured