ନବ୍ୟ-ରୋମାଣ୍ଟିକ୍ ଧାରାର ଓଡ଼ିଆ କବି ଫନୀ ମହାନ୍ତି ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ଵ କାଳ ଧରି ନୀରବଚ୍ଛିନ୍ନ ଭାବେ କାବ୍ୟ କବିତା ଲେଖି ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଆସୁଛନ୍ତି। ତାଙ୍କର ବହୁ ଚର୍ଚ୍ଚିତ ସଂକଳନ 'ପ୍ରିୟତମା', 'ବିଷାଦଯୋଗ', 'ମୃଗୟା', 'ମାନଚିତ୍ର', 'ଅହଲ୍ୟା' ଆଦି ୨୫ଟିରୁ ଅଧିକ କବିତା ସଂକଳନ ଏଯାବିତ୍ ପ୍ରକାଶ ପାଇଛି। କେତୋଟି କବିତା ପୁସ୍ତକ ଇଂରାଜୀ, ହିନ୍ଦୀ, ଅସମୀୟା, ବାଙ୍ଗଲା, ଗୁଜୁରାଟୀ, ମରାଠୀ, ନେପାଳୀ, ମୈଥିଲି ସମେତ ଉତ୍ତରାଖଣ୍ଡର କୁମାଭନୁ ଭାଷାରେ ଅନୁଦିତ ହୋଇ ପ୍ରକାଶ ପାଇଛି। ତାଙ୍କର ଅନ୍ୟତମ କବିତା ସଂକଳନ ହେଉଛି "କେବଳ ପ୍ରେମରେ"।
Related Subjects
Poetry