ରୋଜାଲିନି ମିଶ୍ରଙ୍କର ପ୍ରଥମ ଉପନ୍ୟାସ ତାଙ୍କର ପ୍ରଥମ ଗଳ୍ପ ସଂକଳନ ଭଳି ବିସ୍ମୟକର। ଆଂଗିକ ଦୃଷ୍ଟିରୁ ଉପନ୍ୟାସଟିର ଗଠନ ଖୁବ୍ ନିର୍ଭୁଲ୍ ଓ ଏହା ସୁଖପାଠ୍ୟ ନିଶ୍ଚୟ। ଏ କାହାଣୀ ଆମ ପିଢ଼ିର ପାଠକମାନଙ୍କୁ ଧରି ରଖିବାର ସାମର୍ଥ୍ୟ ରଖେ। ରୋଜାଲିନିଙ୍କର ଲେଖକୀୟତାର କ୍ରମ ବିବର୍ତ୍ତନର ଏହା ଏକ ଅପୂର୍ବ ନିଦର୍ଶନ। ତାଙ୍କର ଗପସବୁ ଭଳି ଏ ଉପନ୍ୟାସ ବି ପ୍ରଚୁର ଆଦୃତି ପାଉ, ଏହା ହିଁ କାମନା। --ଡ. ହିରଣ୍ମୟୀ ମିଶ୍ର, ବରିଷ୍ଠ ସାହିତ୍ୟିକା
କଥାଶିଳ୍ପୀ ରୋଜାଲିନିଙ୍କ କଥାସମୂହର ଜୀବନ୍ମୟତା ହିଁ ତାଙ୍କ ଗପଗଢ଼ଣର ପ୍ରମୁଖ ଆକର୍ଷଣ। ସୂକ୍ଷ୍ମ ଚିନ୍ତନ ତଥା ମୁକ୍ତ ମନନରୁ ସୃଷ୍ଟ କଥାବସ୍ତୁ ଏକ ନିରୁତା ଭାବାବେଗ ଓ ନିଆରା ପ୍ରେମାନୁରାଗର ଛୁଆଁ ପାଇ ସରଳ, ସାବଲୀଳ ଗତିରେ ଗତିଶୀଳ ହୋଇ ଏକ ଅପୂର୍ବ ନାନ୍ଦନିକତାରେ ପାଠକମାନଙ୍କୁ ଅଭିଭୂତ କରେ। ଈଶ୍ୱର କରନ୍ତୁ - ରୋଜାଲିନିଙ୍କ ସର୍ଜନାର ପୃଥିବୀ ଆହୁରି ସବୁଜେଇଯାଉ, ଆହୁରି ପରିପୁଷ୍ଟ ହେଉ, ଆହୁରି ବ୍ୟାପ୍ତ ହେଉ। --ଡ. ମଞ୍ଜୁ ପଣ୍ଡା, କଥାକାର
ଉପନ୍ୟାସଟି ପଢିଲା ବେଳେ ପୃଷ୍ଠା ପରେ ପୃଷ୍ଠା ଲେଉଟି ଚାଲେ ଆପେ ଆପେ। ପାଠକ ବାନ୍ଧି ହୋଇଯାଏ ବିଂଶ ଶତାବ୍ଦୀର ପଞ୍ଚମ / ଷଷ୍ଠ ଦଶକର ଗାଉଁଲି ଓଡ଼ିଆ ପରିବେଶରେ। ତତ୍କାଳୀନ ଭାବକୁ ବ୍ୟକ୍ତ କଲାଭଳି ଶବ୍ଦ ଗୁମ୍ଫନରେ ବେଶ୍ ପାରଙ୍ଗମ ଏବଂ ପରିପକ୍ୱ ଅଟନ୍ତି ରୋଜାଲିନି। ଉପନ୍ୟାସ ରଚନାରେ ପ୍ରଥମ ହେଲେ ବି ଏହା ଏକ ବଳିଷ୍ଠ ପ୍ରୟğ