Skip to content
Scan a barcode
Scan
Paperback Galpa Nuhe [Oriya] Book

ISBN: 1645603059

ISBN13: 9781645603054

Galpa Nuhe [Oriya]

ଉଦ୍ଦେଶ୍ୟହୀନ ଭାବେ ଗପ ଲେଖିବା ଝୁଙ୍କ ପିଲାଦିନୁ ଥିଲା । ସ୍କୁଲ ଜୀବନରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ପ୍ରକାଶିତ ମୀନାବଜାର ଦ୍ୱାରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲି । ରେଭେନ୍ସା କଲେଜରେ ଛାତ୍ର ଥିଲାବେଳେ କିଛି ଲେଖା 'ରେଭେନ୍ସାଭିଆନ୍]'ରେ ପ୍ରକାଶିତ ହୋଇଥିଲା ଯାହାର ଅନୁବାଦ ମନୋରଂଜନ ହୋତା କରିଥିଲେ ଓ ସେଗୁଡ଼ିକ ଦୈନିକ ଇଂରାଜୀ ସମ୍ବାଦପତ୍ର ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ହୋଇଥିଲା । 'ଦିଗନ୍ତ', 'ଆସନ୍ତାକାଲି', 'ରବିବାର ପ୍ରଜାତନ୍ତ୍ର'ରେ ମଧ୍ୟ କେତୋଟି ଲେଖା ସେ ସମୟରେ ପ୍ରକାଶିତ ହୋଇଥିଲା । ଦୁଃଖର ବିଷୟ ସେଗୁଡ଼ିକ ସାଇତି ରଖିବା କଥା କେବେ ମନକୁ ଛୁଇଁ ନଥିଲା । ଏମିତି ତ ବିଶୃଙ୍ଖଳ ଓ ତା' ଉପରେ ବୃତ୍ତିର ବାଧ୍ୟବାଧକତାରେ ସେଗୁଡ଼ିକ ହଜିଗଲେ । ସେ କାଳର କେବଳ ଦୁଇ ତିନୋଟି ଗଳ୍ପ ଉଦ୍ଧାର କରିପାରିଥିଲି ଯାହା ଏ ବହିରେ ସନ୍ନିବେଶିତ । ବିଦେଶ ସେବାରେ ଥିଲାବେଳେ ଓଡ଼ିଆରେ କଥା କହିବା ଓ ଲେଖିବା ପାଇଁ ପରିବେଶ ନଥିଲା । ଆଜି ଭଳି ଯୋଗାଯୋଗର ନୂତନ ଟେକ୍ନୋଲୋଜି ନଥିଲା । କଲେଜରେ ପଢ଼ୁଥିବା ବେଳର ବନ୍ଧୁମାନଙ୍କ ପରାମର୍ଶରେ ଓଡ଼ିଆ କ୍ଷୁଦ୍ର ଗଳ୍ପ ଲେଖିବାରେ ପ୍ରଚେଷ୍ଟା କଲି । ପାଠକଙ୍କୁ ଭଲ ଲାଗିଲେ ଆନନ୍ଦିତ ହେବି ।

- ଅବସର ବେଉରିଆ


Recommended

Format: Paperback

Condition: New

$14.81
50 Available
Ships within 2-3 days

Related Subjects

Fiction Literature & Fiction

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured