Skip to content
Scan a barcode
Scan
Paperback E Janha Sakshi (ଏ ଜହ୍ନ ସାକ୍ଷୀ) [Oriya] Book

ISBN: 1645603814

ISBN13: 9781645603818

E Janha Sakshi (ଏ ଜହ୍ନ ସାକ୍ଷୀ) [Oriya]

ଚିରାଚରିତ ପ୍ରେମକାହାଣୀ, ନାରୀ ସଂଘର୍ଷ ଓ ନାରୀର ଅବଳା ଦୁର୍ବଳା ଚିତ୍ରଠୁ କିଛି ଭିନ୍ନ କଥାର ଉଦାହରଣ ଦିଏ ଉପନ୍ୟାସ 'ଚାନ୍ଦ୍ ଗବାହ୍]' ବା 'ଏ ଜହ୍ନ ସାକ୍ଷୀ' । କେବଳ ପ୍ରେମ ସଂଘର୍ଷ ଦୃଷ୍ଟିରୁ ନୁହଁ ବରଂ ଅନେକ ଦିଗରୁ ଏ ଉପନ୍ୟାସଟି ସ୍ୱତନ୍ତ୍ର ମନେହୁଏ । କାହାଣୀଟିର କେନ୍ଦ୍ରରେ ଯଦିଓ ନାରୀ, ପ୍ରେମ ଓ ପରିବାର ରହିଛି କିନ୍ତୁ ଏହାର ଚାରିପାଖରେ ଅନେକଗୁଡ଼ିଏ ସମ୍ବେଦନଶୀଳ ଅନୁଭବକୁ ଔପନ୍ୟାସିକା ସୁନ୍ଦର ଭାବରେ ଗଢ଼ି ତୋଳିଛନ୍ତି । ବାଲ୍ୟାବସ୍ଥାରୁ ନେଇ ଯୌବନ, ଏପରିକି ବୟସର ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚିବା ପରେ ମଧ୍ୟ ନାରୀକୁ ନିଜ ଇଚ୍ଛାରେ ବଞ୍ଚିବାର କି ସ୍ୱପ୍ନ ଦେଖିବାର ଅଧିକାର ନଥାଏ । ପ୍ରେମ ତ ସତେ ଯେପରି ତା'ପାଇଁ ଏକ ଗର୍ହିତ ଶବ୍ଦ । କିନ୍ତୁ ଉପନ୍ୟାସଟିରେ ଲେଖିକା କେବଳ ନାରୀର ପ୍ରେମପ୍ରଣୟ, ମାନସିକ ଯାତନା ଅବା ସଂଘର୍ଷର କାହାଣୀକୁ ବର୍ଣ୍ଣନା କରି ନାହାଁନ୍ତି, ବରଂ ସେ ନାରୀକୁ ସ୍ୱାଭିମାନର ସହ ବଞ୍ଚିବାର କଳା ଶିଖାଇଛନ୍ତି ।

ନାରୀ ନିଜର ରୁଚି, ପସନ୍ଦ ନା ପସନ୍ଦ ଓ ସ୍ୱପ୍ନକୁ ବଳିଦେଇ କେବଳ ପରିବାର ଓ ସମାଜର ଇଙ୍ଗିତରେ କାହିଁକି ପରିଚାଳିତ ହେବ? ତାହା ପୁଣି ସେଇ ପରିବାର ଓ ସମାଜ ପାଇଁ ଯିଏ ନାରୀଠାରୁ କେବଳ ତ୍ୟାଗ ଓ ସହନଶୀଳତା ଆଶା ରଖେ ଏବଂ ପ୍ରତିଦାନରେ କେବଳ ତିରସ୍କାର ଓ ସମାଲୋଚନା ହିଁ କରିଥାଏ । ଉପନ୍ୟାସଟିରେ ନାରୀର ଏକ ଭିନ୍ନ ଦିଗକୁ ପାଠକଙ୍କ ସାମ୍ନାରେ ଉପସ୍ଥାପିତ କରାଯାଇଛି । ଗୋଟେ ପ&

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured