Skip to content
Scan a barcode
Scan
Paperback Dhyana Geeta [Oriya] Book

ISBN: 1645604403

ISBN13: 9781645604402

Dhyana Geeta [Oriya]

ବାସ୍ତବରେ, ପ୍ରକୃତି ସିଧା ସଳଖ ଭାବେ କିଛି କରାଇ ଦିଏ ନାହିଁ । ତେଣୁ, ଶୁଦ୍ଧ ମନ ବା ଚେତନା ଦ୍ୱାରା ବିକାଶ ପାଇଁ ସମ୍ୟକ ଧ୍ୟାନର ଆବଶ୍ୟକତା ଜରୁରୀ । ପ୍ରତି କର୍ମରେ ଧ୍ୟାନ ଯୋଡ଼ିଗଲେ, ସ୍ୱୟଂର ଉର୍ଜ୍ଜା ସମ୍ୟକ ଚେତନାର ରୂପନେଇ, ପ୍ରେମ, ସେବା, ସତ୍ୟ ଓ ବିଶ୍ରାମରେ ପହଞ୍ଚାଇଦିଏ । ବର୍ହିଜଗତରେ ପ୍ରକଟିତ ହେଉଥିବା ଅହଂକାର, ଅଭିଯୋଗ, ହିଂସା, ଦ୍ୱେଷ, ମହତ୍ ଆକାଂକ୍ଷା ଇତ୍ୟାଦି ଜଳିପୋଡ଼ି ଅନ୍ତର୍ଜଗତରେ ଛପି ରହିଥିବା ଧନ୍ୟବାଦ, ଅହୋଭାବ, ସାଧୁବାଦ, ଦୟା, କ୍ଷମା, କରୁଣାରେ ରୂପାନ୍ତରିତ ହୋଇଯିବ । ସେହି ଶୁଦ୍ଧିକରଣର ନାମ ଧାର୍ମିକତା, ଧର୍ମ ନୁହେଁ । ଧାର୍ମିକତା ଆଧ୍ୟାତ୍ମିକତାର ପରମ ପୁଞ୍ଜି । ସେହି ମହାଯାତ୍ରାର ଚାରୋଟି ଘାଟ, ଯେଉଁ ଘାଟ ଦେଇ ସମ୍ୟକ ଜୀବାତ୍ମା କରନ୍ତି ସ୍ନାନ । ସେହି ଚାରିଘାଟର ନାମ ସାକ୍ଷୀ, ଧ୍ୟାନ, ସମାଧି ଓ ସୁମିରଣ । ଏହି ଚାରୋଟି ଯେଉଁଠି ଧାର୍ମିକତା ସେଇଠି । ଧ୍ୟାନୀର ସହଜ, ଜାଗୃତ ଓ ସମ୍ବେଦନଶୀଳ ସ୍ଥିତିରୁ ଅସ୍ଥିତ୍ୱର ସଙ୍ଗୀତ ଅନୁଭବ ଦିଏ । ଫଳରେ ସାକ୍ଷୀ, ଚୈତନ୍ୟ, ଆତ୍ମସତ୍ତା, ପରମାତ୍ମାର ଭୂମିରେ ମହାନିଦ୍ରାରେ ବିଶ୍ରାମ ନିଏ, ଯାହାକୁ କହନ୍ତି ସମାଧି ।

ସେହି ସମାଧିରୁ ବିକଶିତ ଜ୍ୟୋତି ସ୍ୱରୁପର ନାମ ଆସିଲା ଧ୍ୟାନ ଗୀତା, ଆନନ୍ଦ ଗୀତା ଓ ସାଧନା କଥାର ମିଳିତ ପ୍ରସାଦ । ଯାହାର ସାହାଯ୍ୟରେ ଜଣେ ଅତି ସାଧାରଣ ସଂସାରୀ ବୁଝିବାକୁ ସମର୍ଥ ହୋଇ ସ୍ୱୟଂର ଆତ୍ମଯାତ୍ରାରେ ପାଦଦେଇ ପାରିବ । ଏହି ଧ୍ୟାନ 

Recommended

Format: Paperback

Condition: New

$18.29
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured