Skip to content
Scan a barcode
Scan
Paperback Dhuli [Oriya] Book

ISBN: 1645609219

ISBN13: 9781645609216

Dhuli [Oriya]

ମୋର ଏହି ଉପନ୍ୟାସ ଲେଖିବାର ଚେଷ୍ଟା ଭିତରେ ମୁଁ ଅନେକଥର ନିଜକୁ କଷ୍ଟଦେଇଛି । ଭାବିଛି 'ପ୍ରକୃତରେ ଏ କାହାଣୀଟି କ'ଣ ଉପନ୍ୟାସ ହେବା ଯୋଗ୍ୟ?' ପର ମୁହୂର୍ତ୍ତରେ ଏହା ଓଡ଼ିଆ ସାହିତ୍ୟକୁ କିଛି ଐତିହାସିକ ତଥ୍ୟ ଯୋଗାଇଦେବାକୁ ମୋର ଚେଷ୍ଟା କହି ନିଜକୁ ବୁଝାଇଛି ।

କାହାଣୀରେ ଘଟଣାଗୁଡ଼ିକ ସତ୍ୟର ପରିକଳ୍ପନାକୁ ଅଙ୍ଗେନିଭା ଅନୁଭୂତିରୁ ଛାଣି ଆଣିଲାବେଳେ ସାନ୍ତ୍ୱନା ଦେଇଛି ନିଜକୁ 'ଜୀବନର ଉପଲବ୍ଧି ହିଁ ଉପନ୍ୟାସ' । ବଞ୍ଚିବା ପାଇଁ ସଂଘର୍ଷ, ସଂଘର୍ଷରୁ ଦୁଃଖ, ଯାତନା, ଶେଷରେ ନିଜକୁ ବଞ୍ଚାଇ ରଖିବା ହିଁ ଜୀବନର ସର୍ବଶ୍ରେଷ୍ଠ କାହାଣୀ ।

ହୋରିଆ ନାଇକର ଜୀବନରୁ ଆରମ୍ଭ ଏଇ କାହାଣୀ ବିଗତ ସମୟର ଅନେକ ଇତିହାସକୁ ଦୋହରାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅସ୍ଥିରତା, ଦେଶାନ୍ତର ହେବାର ଦୁଃଖ, ଭିଟାମାଟି ହରେଇବାର ବେଦନାର ଅନୁଭୂତି କହିଲାବେଳେ ଓଡ଼ିଆ ପ୍ରାଣଟେ ମାଳୟ ମାଟିରୁ କାନ୍ଦିଛି । ପରିଚୟହୀନତାର ଦ୍ୱନ୍ଦ୍ୱ ଭିତରେ ଗୋଟିଏ ଅନାଲୋଚିତ କାହାଣୀ ବା ଉପନ୍ୟାସକୁ ଉପସ୍ଥାପନା କରିଛି । ଶରୀର ଓ ମନରେ ଓଡ଼ିଆ ହୋଇ ଓଡ଼ିଶାକୁ ଭୁଲିଯିବାକୁ ଚାହେଁନି, ଆଜି ବି ସେ ସ୍ମୃତିର ଧୂଳି ମାଖୁଛି । ଏହାହିଁ କାହାଣୀର ମୁଖ୍ୟ ବିଷୟବସ୍ତୁ । -- ବୀଣାପାଣି ପ୍ରଧାନ

Recommended

Format: Paperback

Condition: New

$18.29
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured