Skip to content
Scan a barcode
Scan
Paperback Chhaira Chhabi [Oriya] Book

ISBN: 1645607283

ISBN13: 9781645607281

Chhaira Chhabi [Oriya]

ହଁ, ଛାଇ ବି ସାଥି ହୋଇପାରେ କବିତା ଲେଖୁଥିବା ଜଣେ ନାରୀର। ଏକାଏକା ବସି ମନ କଥା କହି ହୁଏ ତାକୁ। ଚା' ପିଇଲାବେଳେ ସାମ୍ନା ଚୌକିରେ ତାକୁ ବସେଇ ହୁଏ। ଏକାଠି ଶୁଣିହୁଏ ପୁରୁଣା ହିନ୍ଦୀ ସିନେମାର ବିରହ ଗୀତ। ବାଣ୍ଟିହୁଏ ମନ ତଳ ଗୋପନ କଥା। ରୁଣୁଝୁଣୁ ଖୁସିର ମୁହୂର୍ତ୍ତ। ଛାଇର ଛବିରେ ଦିଶେ ମୁହଁଟିଏ, ସେ ମୁହଁଟି କ'ଣ ମୋର? ଅନେକ ସମୟରେ ଯେଉଁ କଥା କହି ହୁଏନାହିଁ ତାକୁ ଲେଖି ଦେଇହୁଏ। ଫୁଲଦାନୀରେ ନିତି ସଜଫୁଲ ରଖିବା, ସେଦିନର ଆବଶ୍ୟକତାକୁ ଚାହିଁ ପୋଷାକ ବାଛିବା, ଗତାନୁଗତିକ କିଛି ଘରକାମ କି ବାହାରକୁ ଯିବାର ଆବଶ୍ୟକତା ପରି ହୁଏତ କବିତା ଲେଖିବା ବି ଏଡ଼େଇ ହେଉ ନଥିବା ଏକ ତୀବ୍ର ଓ ମଧୁର ପ୍ରଲୋଭନ। ଏମିତି ଘଟଣା ଆଉ ଦୁର୍ଘଟଣା ଭିତରେ ଦିନ ବିତେ। କେବେ ସୁନେଲୀ ସୂର୍ଯ୍ୟୋଦୟ ତ ଆଉ କେବେ ମଥା ଉପରେ ଯୁଦ୍ଧର କଳାବାଦଲ। ଏ ଭିତରେ ମୁଁ ରୋଷେଇ ଘରେ ନିୟମିତ ବ୍ୟବଧାନରେ ତିଆରେ ନୂଆ ରେସିପି, ଗୁଡ଼ ପାଗକରି ଆମ୍ବ କି କୋଳି ଆଚାର, ଝିଅ ପସନ୍ଦର କୁଲଡ୍ ବ୍ରୁ କଫି, ନେଟ୍]ଫ୍ଲିକ୍ସରୁ ଦେଖେ ନିଷିଧ ପ୍ରେମର ରୋମାଞ୍ଚ, ମନ ପସନ୍ଦର ବହି ପଢ଼େ ଗଜଲ ଶୁଣେ, ଅନ୍]ଲାଇନ୍]ରୁ ଶାଢ଼ି କିଣେ, ଭଳିକି ଭଳି ପରଫ୍ୟୁମ୍], ଲିପ୍]ଷ୍ଟିକ୍ ଓ ହ୍ୟାଣ୍ଡବ୍ୟାଗ୍]ର ଭିଡ଼ ବଢ଼ାଏ, ଅଫିସ୍ ଯାଏ, ସଭାରେ ବକ୍ତାଙ୍କୁ ଶୁଣେ ପୁଣି କବିତା ଲେଖେ ଯେତେବେଳେ କବିତା ମୋତେ ଖୋଜେ। ଆଉ ଏସବୁ ଭିତରେ କେଉଁ ପାଠକ କି ଶୁଭେଚ୍ଛୁ ଚାହୁଁଥିବା ୨୦ କି ୨୫ ବର୍ଷ ତଳର କବିତାକୁ ଖୋଜିବସେ ତ ଅନେକ

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured