Skip to content
Scan a barcode
Scan
Paperback Bodhichhaya (ବୋଧିଛାୟା) [Oriya] Book

ISBN: 1645603946

ISBN13: 9781645603948

Bodhichhaya (ବୋଧିଛାୟା) [Oriya]

ସଂଘମିତ୍ରା ଭଞ୍ଜଙ୍କ 'ବୋଧିଛାୟା'ର ଗୋପା ଇତିହାସ କିମ୍ବଦନ୍ତୀର ରାଜପ୍ରାସାଦରୁ ଓହ୍ଲାଇ ଆସି ଜନପଥର ପ୍ରତିକୂଳ ସ୍ଥିତି ସହ ଅହରହ ସଂଘର୍ଷ କରୁଥିବା ସାଧାରଣ ପୁଣି ଅସାଧାରଣ ନାରୀ । ତାଙ୍କ ଭିତରେ ପତ୍ନୀର ଆକୁଳତା, ମାତାର ଆବେଗ ସାଙ୍ଗକୁ ସ୍ୱାଭିମାନ ପାଇଁ ଲଢୁଥିବା ନାରୀର ଅନ୍ତର୍ବେଦନା ମର୍ମସ୍ପର୍ଶୀ ଭାବରେ ଫୁଟିଉଠିଛି 'ବୋଧିଛାୟା'ରେ । ନାରୀଟିଏ ତା'ର ବ୍ୟକ୍ତିଗତ ଜୀବନର ଅନେକ ଅନୁଭବକୁ ସଂଗୁପ୍ତ ରଖି ଜଗତ ଆଗରେ ସ୍ୱାଭାବିକତାର ଜୀବନ ଜିଉଁଥାଏ । ଭୋଗ ପ୍ରାଚୁର୍ଯ୍ୟ ଭିତରେ ଥାଇ ସୁଦ୍ଧା ରାଜକନ୍ୟା କିମ୍ବା ରାଜରାଣୀ ସମ୍ମାନର ସ୍ୱୀକୃତି ଟିକକ ପାଇଁ ଭିତରେ ଭିତରେ ଭିକ୍ଷୁଣୀ ପରି ଅଥୟ ହେଉଥାଏ । ପୂର୍ଣ୍ଣ ଭାବରେ ଏହି ଚିତ୍ରଟିକୁ ଆଙ୍କିବା ଆଦୌ ସହଜ ନୁହେଁ, ଯାହା ଲେଖିକା ଆଙ୍କି ପାରିଛନ୍ତି । ଗୋପା ଚରିତ୍ର ମାଧ୍ୟମରେ କବୀ ପୁଣି କେବଳ ଭାରତୀୟ ନାରୀର ସଂସ୍କାର, ସାଧନା କି ସଂକଳ୍ପ ନୁହେଁ ବରଂ ବିଶ୍ୱନାରୀର ଧୈର୍ଯ୍ୟ, ଉଦାରତା ଓ ସହନଶୀଳତାର କଥା ମଧ୍ୟ ସୁନ୍ଦର ଭାବରେ କହିଛନ୍ତି । 'ବୋଧିଛାୟା'ର ପଦ ଓ ଶବ୍ଦର ଫାଙ୍କ ଦେଇ ଯଶୋଧାରାଙ୍କ ସହ ଭାରତୀୟ ପୁରାଣର ମୀରା, ଶ୍ରୀରାଧା ଏପରିକି ସମକାଳୀନ ନାରୀଟିଏର ଚେହେରାକୁ ମଧ୍ୟ ଦେଖିହୁଏ । ଦୀର୍ଘ କବିତାର ପରମ୍ପରାରେ କବୀଙ୍କ 'ବୋଧିଛାୟା' ଏକ ଭାବସ୍ନିଗ୍ଧ-କମନୀୟ ଉପସ୍ଥାପନା ।


Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured