Skip to content
Scan a barcode
Scan
Paperback Biswa Jeebana Shantiniketan [Oriya] Book

ISBN: 1645603326

ISBN13: 9781645603320

Biswa Jeebana Shantiniketan [Oriya]

ମୁଁ ଶାନ୍ତିନିକେତନର ଛାତ୍ର ନଥିଲି ଆଦୌ । ତଥାପି ଏହି ବିଶ୍ୱ ବିଖ୍ୟାତ ପ୍ରତିଷ୍ଠାନ ପ୍ରତି ମୋର ଗଭୀର ଆକର୍ଷଣ ରହିଥିଲା, ପୂର୍ବ ଜନ୍ମର ସ୍ମୃତି ସହିତ ସଂଯୁକ୍ତ ହୋଇଯିବା ପରି ଅପୂର୍ବ । ୧୯୯୭ ମସିହାରେ ଯେତେବେଳେ ମୋର ଅତ୍ୟନ୍ତ ପ୍ରିୟ ଛାତ୍ର ଓ ଅନୁଜ, ସଂପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶୁକମୁନି ମେହେରଙ୍କ ସହିତ ପ୍ରବେଶ କଲୁ ଶାନ୍ତିନିକେତନ ପରିସରକୁ, ସେତେବେଳେ ମନେ ହେଉଥିଲା ଯେପରିକି ସ୍ୱୟଂ ରବୀନ୍ଦ୍ରନାଥ ଆମକୁ ଦେଖିବା ପାଇଁ ଚାହିଁ ରହିଥିଲେ ଉତ୍କଣ୍ଠିତ ହୋଇ । ମୋର ଅନ୍ୟତମ ଛାତ୍ର ତଥା ମୋ ଆତ୍ମାର ଅବିଚ୍ଛେଦ୍ୟ ଅଂଶ ବର୍ତ୍ତମାନ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ କୁମାର ପଧାନ ସେ ସମୟରେ ଅଧ୍ୟୟନ କରୁଥାନ୍ତି ଓଡ଼ିଆ ବିଭାଗରେ । ତାଙ୍କରି ଆଖି ଦୁଇଟି ମାଧ୍ୟମରେ ମୁଁ ଦେଖୁଥିଲି ସତେକି ପ୍ରତ୍ୟକ୍ଷ ଭାବରେ ଶାନ୍ତିନିକେତନର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ । ପରବର୍ତ୍ତୀ ସମୟରେ ସେଠାରେ ପିଏଚ୍]ଡି ଡିଗ୍ରୀ ନିମିତ୍ତ ଗବେଷଣା କରିବାକୁ ଯାଆନ୍ତି ସ୍ନେହାଧୀନ ଆଜ୍ଞାଧୀନ ସମର୍ପିତ ହୃଦୟ ଧାରଣ-ସକ୍ଷମ ଡକ୍ଟର ବାଳକୃଷ୍ଣ ବେହେରା । ଲକ୍ଷ୍ମଣ ଥିବାବେଳେ ଯାଇଛି ଯେପରି ଶାନ୍ତିନିକେତନକୁ ସେହିପରି ବାଳକୃଷ୍ଣଙ୍କ ସମୟରେ ମଧ୍ୟ । କାୟା ସହିତ ଛାୟା ପରି ଅବିଚ୍ଛନ୍ନ ଥିଲେ ଓ ସାରା ଶାନ୍ତିନିକେତନର କୋଣ ଅନୁକୋଣକୁ ନେଇ ଯାଇଥିଲେ ଏହି ଦୁଇଜଣ ଯେଉଁ ଅନିର୍ବଚନୀୟ ଉତ୍ସାହ ସହିତ, 

Recommended

Format: Paperback

Condition: New

$18.47
50 Available
Ships within 2-3 days

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured