Skip to content
Scan a barcode
Scan
Paperback Anya Ananya [Oriya] Book

ISBN: 164560330X

ISBN13: 9781645603306

Anya Ananya [Oriya]

କବିତା ତ କେତେ କଥା କହେ । କୁହାଯାଏ, କବିତା ଗୋଟିଏ ବିଶାଳ କାନଭାସ୍ । ଅଳ୍ପରେ ଅନେକ କଥା କହିପାରେ କବିତା । କବିତା କଥା ସତରେ ନିଆରା । ଜୀବନ ଓ ଜଗତକୁ ନେଇ ମୋର ଅନୁଭବକୁ କବିତାରେ କବିତାରେ କହିବାର ପ୍ରୟାସ କରିଛି । କବିତା ମତେ ମୁଗ୍ଧ କରେ, ମୋହିତ କରେ । କବିତା ମତେ ସ୍ୱପ୍ନାବିଷ୍ଟ କରେ । ସ୍ୱପ୍ନରୁ ସତ୍ୟ, ସତ୍ୟରୁ ସ୍ୱପ୍ନ ଏମିତି ଘୂରିବୁଲେ ମୋ'ର କବିତାମାନ । କେତେବେଳେ ଫୁଲ, କେତେବେଳେ ଫଗୁଣ, କେତେବେଳେ ସାଙ୍ଗସାଥୀ ତ କେତେବେଳେ ପାହାନ୍ତା ରାତି କେତେକଥା, କେତେବ୍ୟଥା - ଏସବୁକୁ ନେଇ କବିତା । କବିତାରେ କାହାକୁ ଥାଏ ଅପେକ୍ଷା ପୁଣି ତହିଁରେ ଥାଏ କାହାର ସ୍ୱପ୍ନାବିଳ ସତ୍ତା । କବିତାକୁ ଭଲପାଉଥିବା କବିଟିଏ ମୁଁ । ବିବିଧତା ମୋ କବିତାର ମୂଳ କଥା । କିଛି ପରିବର୍ତ୍ତନ, କିଛି ନୂତନତା, କିଛି ଅମଡ଼ାବାଟକୁ ଚଲାପଥ କରିବାର କଥାକୁ ନେଇ ମୋ କବିତା । \"ଚଢ଼େଇ'ରୁ ଆରମ୍ଭ ହୋଇ \"ସାଙ୍ଗ'ରେ ସାରିଥିବା ଏ କବିତା ସଂକଳନରେ ସମୟ, ରାସ୍ତା, ଜୀବନ, ଯନ୍ତ୍ରଣା, ପ୍ରେମ, ବିଶ୍ୱାସ ଆଦି ବିବିଧ ବିଷୟକୁ କବିତାରେ କହିବାର ପ୍ରୟାସ କରିଛି । ଏହି କଥା କହିବାବେଳେ ମନେପଡ଼ିଯାଇଛି - ଗାଁ ନଈତୁଠ କଥା, ଚିଠିର ବାସ୍ନା, ସ୍ୱପ୍ନର ମାଦକତା, ସଞ୍ଜବେଳ, ଅଦିନ ବର୍ଷା, ପିଲାଦିନ ଏମିତି କେତେକେତେ କଥା ମତେ ବିଭୋର କରିଛି । କର୍ମଜଞ୍ଜାଳରୁ ସମୟ ପାଇଲେ ମୁଁ କବି ହେଇଯାଏ । ଭୁଲିଯାଏ ଆଉ ସବୁ ଯେତେଅଛି ଜଞ୍ଜାଳ ଯନ୍ତ୍ରଣା । ମୁଁ, କଲମକୁ ସାଥୀକରି, ନିଜ ଡାଏରୀ ପୃଷ୍ଠ

Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured