Skip to content
Scan a barcode
Scan
Paperback Amrapalli [Oriya] Book

ISBN: 1645604195

ISBN13: 9781645604198

Amrapalli [Oriya]

ମୁଁ ପୁଣି ଫେରିବି / ଧୂସରିତ ପୃଥିବୀ ବକ୍ଷରେ / ଛନଛନ ଘାସ ଫୁଲ / ଗୋଧୂଳିର ଚଢ଼େଇ ଗୀତରେ / ଜୁକୁଜୁକୁ ତରାଟିଏ ହେଇ / ଉଆଁସିଆ ଅନ୍ଧାର ରାତିରେ । ଏମିତି କୋମଳ ଶବ୍ଦ ପ୍ରାଚୁର୍ଯ୍ୟ ଏବଂ ସମ୍ଭାବନାକୁ ନେଇ ପରିପୁଷ୍ଟ କବି ଡଃ ସସ୍ମିତା କରଙ୍କ ସଂକଳନ 'ଆମ୍ରପଲ୍ଲୀ' । ଏହା ପୂର୍ବରୁ ତାଙ୍କର 'ଗୋଟେ ଗାଉଁଲି ଝିଅର କଥା' ଏବଂ 'ଦେଖାହେଲେ କହିବି' କବିତା ସଂକଳନ ପ୍ରକାଶିତ । ବୌଦ୍ଧଯୁଗୀୟ ବୈଶାଳୀ ଗଣରାଜ୍ୟର ରାଜନର୍ତ୍ତକୀ ଆମ୍ରପଲ୍ଲୀର ଅପରୂପ ସୌନ୍ଦର୍ଯ୍ୟ, ତାର ନଗରବଧୂରେ ପରିବର୍ତ୍ତିତ ହେବାର ଅସହାୟତା, ଗଣିକା ଭାବେ ନିଜ ଦେହକୁ ପଳପଳ କରି ବାଣ୍ଟିଦେବାର ବ୍ୟଥା ଓ ବେଦନା, ସର୍ବୋପରି ସାଂସାରିକ ମୋହମାୟାର କ୍ଷଣଭଙ୍ଗୁରତାକୁ ଉପଲବ୍ଧି କରି ମହାନ କାରୁଣିକ ତଥାଗତ ବୁଦ୍ଧଙ୍କ ଶରଣାପନ୍ନ ହେବାର ଆଗ୍ରହ ଓ ସମର୍ପଣର ଗାଥା ବହନ କରେ 'ଆମ୍ରପଲ୍ଲୀ' । ସମ୍ପ୍ରତି କବୟିତ୍ରୀ ଡଃ କର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ।

Recommended

Format: Paperback

Condition: New

$14.81
50 Available
Ships within 2-3 days

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured