Skip to content
Scan a barcode
Scan
Paperback Ama Samayara Kahani: Prema [Oriya] Book

ISBN: 1645605604

ISBN13: 9781645605607

Ama Samayara Kahani: Prema [Oriya]

ଫୁଲଟିଏ ଫୁଟିଲେ ମଉଳି ଝଡ଼ିପଡ଼େ । ଗୀତଟିଏ ଗାଇବା ଆରମ୍ଭ ହେଲେ ସୁର ହୋଇ ସରିଯାଏ, କଥାଟିଏ ଆରମ୍ଭ ହେଲେ ଲଥାର ବାଙ୍କ ବୁଲାଣି ଦେଇ ଶେଷହୁଏ; କିନ୍ତୁ ପ୍ରେମ ଥରେ ଆରମ୍ଭ ହେଲେ ଆଉ ସେ ସରେ ନାହିଁ । ଜୀବନ ସାରା ମଧୁର କ୍ଷତଟିଏ ପରି ସେ ମଣିଷ ସାଙ୍ଗରେ ରହିଯାଏ, ସ୍ମୃତିକୋଷରେ ସାଇତି ହୋଇ ରହିଯାଏ ସେଇ ସଂପର୍କର ସୂଚିପତ୍ର । କେବେ କେବେ ସେସବୁ ଉଙ୍କିମାରେ ଆଖି ଉପକୂଳରେ ଲୁହ ହୋଇ, ଓଠ ତଟର କ୍ଷୀଣହସ ହୋଇ, କେବେ ପୁଣି ଛାତି ପଞ୍ଜରାର ପାହାଡ଼ ଖୋଲରେ ଦୀର୍ଘଶ୍ୱାସ ହୋଇ ।

କିଏ ଜଣେ କହିଥିଲେ, ପ୍ରେମରେ ବିଫଳତା ବୋଲି କିଛି ନାହିଁ । ବିଫଳ ପ୍ରେମ ସୁଦ୍ଧା ଲୁହଧୁଆ ମନଆକାଶରେ କରୁଣ କିରଣ ବୁଣିଦିଏ । ସେଇ କରୁଣ କିରଣ ସୃଷ୍ଟି କରିଦିଏ ବର୍ଣ୍ଣିଳ ଇନ୍ଦ୍ରଧନୁ । ଇନ୍ଦ୍ରଧନୁରୁ ଜନ୍ମ ନିଏ କାବ୍ୟକବିତା, ଚିତ୍ର ଓ ସ୍ଥାପତ୍ୟ ।

ପ୍ରେମର ପ୍ରଥମ ସର୍ତ୍ତ ହେଉଛି ତାହା ନିଃସର୍ତ୍ତ । ପୃଥିବୀର କୌଣସି ଯୁକ୍ତି, ଧରାବନ୍ଧା ଆଇନ ପ୍ରେମ ଆଗରେ ବାଟ ଓଗାଳି ଛିଡ଼ା ହୋଇପାରେ ନାହିଁ । ପ୍ରେମପାଇଁ ମଣିଷକୁ ପ୍ରଚୁର ମୂଲ୍ୟଦେବାକୁ ପଡ଼ିଛି - ଜୀବନ, ସଂପର୍କ, ସ୍ୱେଦ, ଶୋଣିତ, ସାଇତା ସଂପଦ ଓ ପ୍ରିୟ ପରିଧି । ସବୁ ସତ୍ତ୍ୱେ ପ୍ରେମ ବଞ୍ଚି ରହିଛି - ସାମାଜିକ ସ୍ୱୀକୃତି ମିଳୁ କି ନମିଳୁ, ଦାପ୍ତରିକ ସମ୍ମତି ଥାଉ ବା ନଥାଉ । ପ୍ରେମ ପାଇଁ କୌଣସି ପ୍ରତିବନ୍ଧକ ଅନତିକ୍ରମ୍ୟ ନୁହେଁ - ନା ଜାତି ନା ଜାତୀୟତା, ନା ଶାସ୍ତ୍ର ନା ଶାସ୍ତ୍ରୀୟତା । ସେଥିପାଇଁ କିଏ ପ୍ରେମର ପĠ

Recommended

Format: Paperback

Condition: New

$20.10
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured