Skip to content
Scan a barcode
Scan
Paperback Adwaita Mohanty Samagra Sarjana Sambhar [Oriya] Book

ISBN: 164560487X

ISBN13: 9781645604877

Adwaita Mohanty Samagra Sarjana Sambhar [Oriya]

ଅଦ୍ୱୈତ ପ୍ରସାଦ ମହାନ୍ତିଙ୍କ ଜୀବନୀରୁ ଜାଣିଲେ ଯେ ସେ ପ୍ରଥମେ କବି, ପରେ ଗାଳ୍ପିକ, ପରେ ପ୍ରାବନ୍ଧିକ ଓ ଶେଷରେ ଔପନ୍ୟାସିକ । ଯାହା ପୂର୍ବରୁ କୁହାଯାଇଛି 'ସମାଜ'ରେ ତାଙ୍କର କବିତା ହିଁ ପ୍ରଥମେ ପ୍ରକାଶ ପାଇଥିଲା (୧୯୫୮) । ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ଗଳ୍ପ ସଂପୃକ୍ତ ସଂସ୍ଥାର ମୁଖପତ୍ରରେ ପ୍ରକାଶ ପାଇଥିଲା (୧୯୬୦) । ପ୍ରଜାତନ୍ତ୍ରରେ ପ୍ରବନ୍ଧ ରଚନା ପାଇଁ ସେ ପୁରସ୍କାର ପାଇଛନ୍ତି (୧୯୬୯) । ଉପନ୍ୟାସ ଲେଖନ୍ତି ୧୯୮୩ ମସିହାରେ । ଏଣୁ ତାଙ୍କ ସର୍ଜନା ବିଚାର ସେହି କ୍ରମରେ କରିବା (କ) କବି ଅଦ୍ୱୈତ ପ୍ରସାଦ (ଖ) ପ୍ରାବନ୍ଧିକ ଅଦ୍ୱୈତ ପ୍ରସାଦ (ଗ) ଗାଳ୍ପିକ ଅଦ୍ୱୈତ ପ୍ରସାଦ (ଘ) ଔପନ୍ୟାସିକ ଅଦ୍ୱୈତ ପ୍ରସାଦ (ଙ) ଉପସଂହାର ।

ଲେଖାଲେଖିରୁ ଅଦ୍ୱୈତ ପ୍ରସାଦ କିଛି ପାଇ ନଥିଲେ (ସ୍ଥୂଳ ଅର୍ଥରେ ଧନ, ବୈଭବ, ପୁରସ୍କାର, ଚର୍ଚ୍ଚା, ପ୍ରଶଂସା) ଏପରିକି ନିଜ ଲେଖାର ବହିରୂପ ସୁଦ୍ଧା ଦୁଇଖଣ୍ଡ ମାତ୍ର ଦେଖିପାରିଥିଲେ; ତଥାପି ସେ କହୁଥିଲେ (ଆଗାମୀ ଜନ୍ମରେ କ'ଣ ହୋଇ ଜନ୍ମିବାକୁ ଇଚ୍ଛା? ପ୍ରଶ୍ନର ଉତ୍ତରରେ) - "ଲେଖକଟିଏ । ଇହକାଳରେ ଚେତନାର ଯେଉଁସ୍ତରକୁ ଉଠି ମୋର ଅନ୍ତିମ ରଚନାଟି ଲେଖିଥିବି ପରଜନ୍ମରେ ସେହିଠାରୁ ମୋର ଜୀବନାରମ୍ଭ ହେଉ ଏହାହିଁ ମୋର ଅନ୍ତିମ ଇଚ୍ଛା ।"

ଆତ୍ମରକ୍ଷା ଉପନ୍ୟାସର ନାୟକର ଆଦର୍ଶ ପରି ଏବଜନ୍ମର ସଂସ୍କାର ଓ ଚେତନାର ସର୍ବୋଚ୍ଚ ସ୍ଥିତିଟି ଆରଜନ୍ମର ଅୟମାରମ୍ଭ ସ୍ତର ହେଉ- କାମନା କରୁଥିବା ଜୀବନ &

Recommended

Format: Paperback

Condition: New

$30.00
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured