Skip to content
Scan a barcode
Scan
Paperback Abhajana [Oriya] Book

ISBN: 1645605574

ISBN13: 9781645605577

Abhajana [Oriya]

ଦଳିତ ସାହିତ୍ୟ ସାମାଜିକ ବୈଷମ୍ୟ, ଅସ୍ପୃଶ୍ୟତା, ଲିଙ୍ଗ ଭେଦ ଓ ଅସମାନତା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରେ । ଭାରତୀୟ ସମାଜରେ 'ଶ୍ରେଣୀ ସଂଘର୍ଷ' ଓ 'ଦଳିତ ବିଦ୍ରୋହ'କୁ ସମଭାବରେ ଗ୍ରହଣ କରାଯାଇପାରିବ ନାହିଁ । ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ସେତେବଡ଼ ସମସ୍ୟା ନୁହେଁ । ଧନୀ ଦିନେ ଗରିବ ଓ ଗରିବ ଦିନେ ଧନୀ ହୋଇଥିବାର ଦୃଷ୍ଟାନ୍ତ ଦୁନିଆରେ ଅଭାବ ନାହିଁ । କିନ୍ତୁ ଜାତି ଜନିତ ବୈଷମ୍ୟ ସବୁ କାଳ ପାଇଁ ସତେ ଯେପରି ଅମରତ୍ୱ ଲାଭ କରିଛି । ଜାତି ପ୍ରଥାରେ ଉଚ୍ଚବର୍ଗ ସଦାବେଳେ ଶ୍ରେଷ୍ଠ, ଦଳିତ ସର୍ବଦା ନିଚ୍ଚ ହୋଇ ଆଜୀବନ ମଥାନତ ହୋଇ ବଂଚିରହେ । ଦାରିଦ୍ର]୍ୟ ଅପେକ୍ଷା ଜାତି ପ୍ରଥା ଅତି ଉତ୍କଟଭାବେ ଅବହେଳିତ ସମାଜର ଦୁଃଖର କାରଣ ହୋଇଚାଲିଛି । ଏହି ଜାତିପ୍ରଥାକୁ ସାହିତ୍ୟରେ ଯେ ବିରୁଦ୍ଧ କରାଯାଇ ନାହିଁ ତାହାନୁହେଁ, ଯେତିକି କରାଯାଇଛି ତାହା ଧର୍ମର ଦ୍ୱାହି ତଳେ ସେଭଳି ପରିପ୍ରକାଶ ପାଇପାରିନାହିଁ । ବାରଶହ ବର୍ଷ ତଳେ ଲିଖିତଚର୍ଯ୍ୟା ଗୀତିକାରେ କାହ୍ନୁ ପାଦଙ୍କ ବର୍ଣ୍ଣନା 'ନଗର ବାହିରେ ଡୋମ୍ବି ତୋହେରି କୁଡ଼ିଆ/ଛୋଇଛୋଇ ଯାହି ସୋ ବ୍ରାହ୍ମ ନାଡ଼ିଆ'.....ରୁ ଅନୁଭବ କରିହୁଏ ନଗର ବାହାରେ ଅବହେଳିତ ସମାଜର ଘର ଥିଲା । ସେ ଘର ଭିତରେ ଅତି ଅସ୍ୱାଭାବିକ ଜୀବନ ଯାପନ କରୁଥିଲା ବାସନ୍ଦ ମଣିଷ । ଠିକ୍ ସେହିଭଳି ଚର୍ଯ୍ୟା ଗୀତିକାର ଛଅଶହ ବର୍ଷ ପରେ ପଂଚସଖା ଯୁଗର ବିଦ୍ରୋହୀ କବି ବଳରାମ ଦାସ ଜାତିପ୍ରଥାକୁ ଦୃଷ୍ଟିରେ ରଖି ରଚନା କରିଛନ୍ତ

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured